ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ
Samaya Live News Picture
Published On

କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ୫ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ଯୁଗରୂପା ବିଦ୍ୟା ଭବନର ପ୍ରଧାନଶିକ୍ଷକ ରଘୁନାଥ ଦାସ। ପ୍ରଧାନଶିକ୍ଷକ ଜଣକ ଦରମା କରାଇଦେବା ପାଇଁ ସ୍କୁଲ ଜଗୁଆଳିଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ତାଙ୍କ ନିକଟରେ ରଙ୍ଗବେଳା ୫୦୦୦ ହଜାର ଟଙ୍କା ଜବତ କରାଯାଇଛି । ପ୍ରଧାନଶିକ୍ଷକ ଅଫିସ ସମେତ ବିଭିନ୍ନ ସ୍ଥାନ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି । 

ସୂଚନା ଅନୁଯାୟୀ,୨୦୨୫ ଅଗଷ୍ଟ ମାସରୁ ଜଗୁଆଳିଙ୍କ ଦରମା ଟଙ୍କା ଅଟକି ରହିଥିଲା। ଦରମା ଟଙ୍କା ଉଠାଇବା ପାଇଁ ଡିଇଓ କାର୍ଯ୍ୟାଳୟର ବିଇଓଙ୍କ ନିକଟକୁ ଉପସ୍ଥାପନ ପତ୍ର ପଠାଇବାକୁ ସେ ବାରମ୍ବାର ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ପ୍ରଧାନଶିକ୍ଷକ ଏଥିପାଇଁ ୫ ହଜାର ଟଙ୍କା ମାଗୁଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଥିଲା। ସ୍କୁଲ ଜଗୁଆଳିଙ୍କ ଠାରୁ ପ୍ରଧାନଶିକ୍ଷକ ରଘୁନାଥ ଦାସଙ୍କୁ ୫ ହଜାର ଟଙ୍କା ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡିଛି ପ୍ରଧାନ ଶିକ୍ଷକ ରଘୁନାଥ ଦାସ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ପୋଷାକ ଯୋଗାଣ ସଂସ୍ଥା ଠାରୁ ମଧ୍ୟ ଚେକ୍ ପ୍ରଦାନ ନେ଼ଇ ୫ ହଜାର ଟଙ୍କା ଦାବି କରିଥିଲେ ।ଏ ନେଇ ପୂର୍ବରୁ କଟକ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା।

Tags: