ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଭୁସୁଡୁଛି ଲାଲ ଗଡ଼ । ମାଲକାନଗିରି ଏସ୍ପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ । ବନ୍ଧୁକ ସହ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଶୁକ୍ରାମ ମାଡକାମ । ସେ ଛତିଶଗଡ ମାଓ ସଂଗଠନର ନେତୃତ୍ୱ ନେଉଥିଲେ । ଛତିଶଗଡ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଲଦଲି ଅଞ୍ଚଳର ଅନେକ ହିଂସା କାଣ୍ଡ ରେ ଜଡିତ ଥିଲେ ଏହି ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ।

ସମ୍ବନ୍ଧିତ ଖବର ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

ବୁଧୁବାର ସକାଳେ ଶୁକ୍ରାମ ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିବା ସହିତ ମାଓ ସଂଗଠନରେ ବ୍ୟବହାର କରୁଥିବା ନିଜର ଆତ୍ୟାଧୁନିକ ଏସ୍ଏଲ୍ଆର ବନ୍ଧୁକ ସହ ୧୨ଟି ଅଫୁଟା ଗୁଳି, ଦୁଇଟି ଲ୍ୟାଣ୍ଡମାଇନ୍, କୋଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ ଓ ନକ୍ସଲ ପୋଷାକ, ପ୍ରଚାର ପତ୍ର  ଇତ୍ୟାଦି ଜମା ଦେଇଛନ୍ତି । କାଙ୍ଗେରଘାଟି ଏରିଆ କମିଟି ସଦସ୍ୟ ଶୁକ୍ରାମ ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସେ ଓଡିଶା ଓ ଛତିଶଗଡର ବିଭିନ୍ନ ହିଂସାକାଣ୍ତ ସାମିଲ ଥିଲା । ଆତ୍ମସର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ୍ପି ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର ଶ୍ରୀମନ୍ଦିର ପ୍ରଶାସନର ଚୂଡାନ୍ତ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ

Tags: