କାଠଯୋଡ଼ି ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର

କାଠଯୋଡ଼ି ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର
Samaya Live News Picture
Published On

ବରଙ୍ଗ : ବାରଙ୍ଗରେ ଚାଞ୍ଚଲ୍ୟ । କାଠଯୋଡ଼ି ନଦୀ ପଠାରୁ ମିଳିଲା ମହିଳାଙ୍କ ଅଧାପୋତା ମୃତଦେହ । କଟକ ବ୍ରାହ୍ମଣି ଗାଁ ନିକଟ କାଠଯୋଡ଼ି ନଦୀପଠାରୁ ଏହି ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ଜଣକ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧିଥିବା ଜଣାପଡିଛି । ଘଟଣା ସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ମୃତ ମହିଳା କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରାଗଲା ବର୍ତ୍ତମାନ ସୁଦ୍ଧା ପ୍ରଶ୍ନବାଚୀ ହୋଇ ରହିଛି ।

ଘଟନାନୁସାରେ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିଲେ । ଏହି ସମୟରେ ମହିଳାଙ୍କ ଅଧାପୋତା ମୃତଦେହକୁ କୁକୁର ଖାଉଥିବାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କର କେବଳ ହାତ ଓ ଗୋଡ଼ ଦେଖା ଯାଉଥିବା ବେଳେ ଅବଶିଷ୍ଟ ଶରୀର ବାଲି ଭିତରେ ପୋତି ହୋଇ ରହିଛି । ତେବେ ମହିଳା ଜଣକ କିଏ ଓ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ଜଣାପଡ଼ିନି । ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଛି ପୁଲିସ। ମୃତଦେହ ଅଧା ପୋତା ହୋଇଥିବା ନଦୀର ଆଖପାଖ ଅଞ୍ଚଳରେ ବହୁ ଇଟାଭାଟି ରହିଛି। ଇଟାଭାଟିରେ ବାହାର ଜିଲ୍ଲା ଓ ରାଜ୍ୟର ଶ୍ରମିକ କାମକରନ୍ତି। କୌଣସି ଦୂରାରୋଗ୍ୟରେ ମହିଳା ଜଣକ ମୃତ୍ୟବରଣ କରିବାପରେ ପରିବାର ନଦୀ ବାଲିରେ ପୋତି ଦେଇଥିବା ପୁଲିସ ଅନୁମାନ କରୁଛି।

 

Tags: