ଗୁରୁ ପୃଷ୍ଟି ମୃତ୍ୟୁ ମିଷ୍ଟ୍ରି,ଥାନାରେ ଏତଲା

ଗୁରୁ ପୃଷ୍ଟି ମୃତ୍ୟୁ ମିଷ୍ଟ୍ରି,ଥାନାରେ ଏତଲା

ଭଦ୍ରକ : ରହସ୍ୟ ଘେରରେ ଯାତ୍ରା ଜଗତର ହାସ୍ୟ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ।  ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଥାନାରେ ଏତଲା ଦେଲେ ଗୁରୁଙ୍କ ମଉସା । ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ହଜିଥିବା ମୋବାଇଲ୍ ନେଇଛନ୍ତି ସମ୍ପର୍କୀୟ । ତେବେ ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣା ପରେ ଗୋଟିଏ ମୋବାଇଲ୍ ପୋଲିସକୁ ମିଳିଥିବା ବେଳେ ହଜିଥିବା ମୋବାଇଲକୁ ପାଇଥିବା ଲୋକ ଧାମନଗର ଥାନାରେ ଜିମା ଦେଇଥିଲେ । ତେବେ ଗୁରୁଙ୍କ ପରିବାର ଲୋକେ ଧାମନଗର ଥାନାରୁ ଦୁଇଟି ମୋବାଇଲ୍ ଜିମାରେ ନେଇଛନ୍ତି ।

ସମ୍ବନ୍ଧିତ ଖବର ୪ ବର୍ଷରେ ପାଣିରେ ବୁଡି ୧୭୫୦ ଜଣଙ୍କ ମୃତ୍ୟୁ

ଗୁରୁ ପୃଷ୍ଟିଙ୍କ ମୃତ୍ୟୁକୁ ନେଇ ସନ୍ଦେହରେ ଅଛନ୍ତି ପରିବାର ।  କରଣ ଜନୈକା ଯାତ୍ରା ଅଭିନେତୀଙ୍କ ସହ ଗୁରୁଙ୍କର ଥିଲା ପ୍ରେମ ସମ୍ପର୍କ ।  ଗୁରୁ ବିବାହିତ ହୋଇଥିଲେ ମଧ୍ୟ ଲୁଚା ଛପାରେ ଚାଲିଥିଲା ସମ୍ପର୍କ ।  ଗୁରୁଙ୍କ ମୃତ୍ୟୁ ପରେ ତାଙ୍କର ହୁଆଟ୍ସ ଆପ ଚାଟ ଏବଂ କିଛି ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ତେବେ ମୃତ୍ୟୁ ପୂର୍ବରୁ ଗୁରୁଙ୍କ ସହିତ ଉକ୍ତ ଅଭିନେତ୍ରୀ ଏବଂ କିଛି ଅଜଣା ବ୍ୟକ୍ତିଙ୍କର ଝଗଡା ହୋଇଥିବା ଭିଡିଓରେ ରେକର୍ଡ଼ିଂ ହୋଇଥିଲା । ଝଗଡା ସ୍ଥାନରୁ ଆସିବାର ଠିକ ପରେ ପରେ ସନ୍ଦେହ ଜନକ ଭାବରେ ଦୁର୍ଘଟଣାରେ ଗୁରୁଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଗୁରୁଙ୍କ ମଉସା ନରେନ୍ଦ୍ର ମିଶ୍ର ହତ୍ୟା ଅଭିଯୋଗ ଆଣି ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣା ଦିନ ଅଭିନେତ୍ରୀଙ୍କ ସହ ଗୁରୁଙ୍କ ଝଗଡା ନେଇ ଖବର ପାଇଥିଲେ । ତେଣୁ ସେହି ଅଭିନେତ୍ରୀ ଗୁରୁଙ୍କୁ ହତ୍ୟା କରିଥାଇପାରନ୍ତି । ତେବେ ଘଟଣା ନେଇ ସଂପୃକ୍ତ ଅଭିନେତ୍ରୀ ଓ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର ସରିଲା ଶୀତକାଳୀନ ବିଧାନସଭା ଅଧିବେଶନ

ସୂଚନାଯୋଗ୍ୟ ଯେ,ଗତ ୭ ତାରିଖରେ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚିଙ୍ଗୁଡ଼ିପୁର ଠାରେସଡ଼କ ଦୁର୍ଘଟଣାରେ ଗୁରୁଙ୍କର ମୃତ୍ୟୁ ହୋଇଥିଲା ।ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଲାଗି ରହିଛି । ଅନ୍ୟପଟେ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ । ସେ  ହତ୍ୟାକାଣ୍ଡରେ ନିର୍ଦ୍ଦିଷ୍ଟ ଭାବେ ଜଣେ ମହିଳା ଅଭିନେତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ମିଡ଼ିଆ ଆଗରେ କହିଥିଲେ । 

ସମ୍ବନ୍ଧିତ ଖବର ମନ୍ତ୍ରୀ,ବିଧାୟକଙ୍କ ଦରମା ବୃଦ୍ଧି ହେବ !

Tags: