ଏମାର ମଠରୁ ଚୋରି ହେଲା ସୁନା ତୋରଣ !
ପୁରୀ: ମଇ ୦୬: ପୁରୀ ଏମାର ମଠରେ ଚୋରି । ମିଳୁନି ମଙ୍ଗଳଗିରି ସୁନା ତୋରଣ । ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣାର ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ଏହି ମୂଲ୍ୟବାନ ତୋରଣ କୁଆଡେ ଗାୟବ ହେଇଯାଇଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସୁନା ତୋରଣକୁ କେଉଁଠାରେ ସୁରକ୍ଷିତ ରଖାଯାଇଛି ନାଁ ଏହାକୁ କିଏ ଚୋରାଇ ନେଇଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ୨୦୧୧ ମସିହାରେ […]
ପୁରୀ: ମଇ ୦୬: ପୁରୀ ଏମାର ମଠରେ ଚୋରି । ମିଳୁନି ମଙ୍ଗଳଗିରି ସୁନା ତୋରଣ । ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣାର ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ଏହି ମୂଲ୍ୟବାନ ତୋରଣ କୁଆଡେ ଗାୟବ ହେଇଯାଇଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସୁନା ତୋରଣକୁ କେଉଁଠାରେ ସୁରକ୍ଷିତ ରଖାଯାଇଛି ନାଁ ଏହାକୁ କିଏ ଚୋରାଇ ନେଇଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ୨୦୧୧ ମସିହାରେ ମଠରୁ ୫୨୨ ଖଣ୍ଡ ରୁପା ଇଟା ଉଦ୍ଧାର ପରେ ୨୦୧୨ରେ ଶେଷଥର ପାଇଁ ରାମାନୁଜଙ୍କ ମୂର୍ତ୍ତି ଶ୍ରୀମନ୍ଦିର ପରିକ୍ରମା କରିଥିଲା। ତା ପରଠାରୁ ଯଥା ସ୍ଥାନରେ ତାଙ୍କ ମୂର୍ତ୍ତି ପୂଜା ପାଇଆସୁଛି । ୨୦୧୧ମସିହାରେ ଏମାର ମଠରୁ ୪୫ଖଣ୍ଡ ତାଲିକାଭୁକ୍ତ ରୁପା ଇଟା ବାହାରିଥିଲା। ୨୦୧୨ପରେ ଆଉ କେବେ ରାମାନୁଜଙ୍କ ମୂର୍ତ୍ତି ପରିକ୍ରମା କରାଯାଇନାହିଁ। ତେବେ ତୋରଣ ମିଳୁନଥିବା ସମ୍ପର୍କରେ ବର୍ତ୍ତମାନ ଟ୍ରଷ୍ଟର ଅଧକ୍ଷ ନାରାୟଣ ରାମାନୁଜ ଦାସ ମହାରାଜ କହିଛନ୍ତି ଯେ, ତାଙ୍କୁ ଏହା ହସ୍ତାନ୍ତର କରାଯାଇନାହିଁ। ଏହି ତୋରଣ ସୁନା ନଥିଲା ବରଂ ପିତ୍ତଳ ଥିଲା ବୋଲି ସେ କହିଛନ୍ତି । ତେବେ କେବେ ଏହାର ତଦନ୍ତ ହୋଇ ସତ୍ୟାସତ୍ୟ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା।




