ଏକତରଫା ପ୍ରେମର ଆଉ ଏକ ନାରକୀୟକାଣ୍ଡ: ବିବାହରେ ରାଜି ନହେବାରୁ ଝିଅକୁ ଜୀଅନ୍ତା ଜାଳି ଦେଲା ଯୁବକ

ରାଞ୍ଚି: ପୁଣି ଝାଡଖଣ୍ଡର ଦୁମକାରେ ଏକତରଫା ପ୍ରେମକୁ ନେଇ ଜଣେ ଯୁବତୀ ବଳି ପଡ଼ିଛି । ଗତ ଅଗଷ୍ଟରେ ଏକତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଶୋଇଥିବା ଅବସ୍ଥାରେ ଝିଅ ଉପରେ ପେଟ୍ରୋଲ୍‌ ଢ଼ାଳି ଜାଳି ଦେଇଥିଲା । ଝିଅଟି ଶରୀର ୯୦ ପ୍ରତିଶତ ଜଳିଯାଇଥିଲା ଓ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ସେ ମୃତୁ୍ୟବରଣ କରିଥିଲା । ଦୁମୁକାରେ ଏହିପରି କାଣ୍ଡର ପୁନରାବୃତ୍ତି ହୋଇଛି । ବିବାହ ପ୍ରସ୍ତାବରେ ଝିଅ ରାଜି ନହେବାରୁ ଆଗରୁ […]

Samaya Live Picture
Published On

ରାଞ୍ଚି: ପୁଣି ଝାଡଖଣ୍ଡର ଦୁମକାରେ ଏକତରଫା ପ୍ରେମକୁ ନେଇ ଜଣେ ଯୁବତୀ ବଳି ପଡ଼ିଛି । ଗତ ଅଗଷ୍ଟରେ ଏକତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଶୋଇଥିବା ଅବସ୍ଥାରେ ଝିଅ ଉପରେ ପେଟ୍ରୋଲ୍‌ ଢ଼ାଳି ଜାଳି ଦେଇଥିଲା । ଝିଅଟି ଶରୀର ୯୦ ପ୍ରତିଶତ ଜଳିଯାଇଥିଲା ଓ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ସେ ମୃତୁ୍ୟବରଣ କରିଥିଲା । ଦୁମୁକାରେ ଏହିପରି କାଣ୍ଡର ପୁନରାବୃତ୍ତି ହୋଇଛି । ବିବାହ ପ୍ରସ୍ତାବରେ ଝିଅ ରାଜି ନହେବାରୁ ଆଗରୁ ଜଣେ ବିବାହିତ ପୁରୁଷ ପେଟ୍ରୋଲ ଢ଼ାଳି ଯୁବତୀଙ୍କୁ ଜିଅନ୍ତା ଜାଳି ଦେବାକୁ ଚେଷ୍ଟା କରିଛି ।

ସୂଚନା ଅନୁସାରେ, ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟଧିକ ଗମ୍ଭୀର ଥିବାରୁ ତାଙ୍କୁ ରାଞ୍ଚିର ରିମୁସ୍‌ ଚିକିତ୍ସାଳକୁ ସ୍ଥାନାନ୍ତରିତ କରାଯାଇଛି । ଯୁବତୀର ଶରୀର ୭୦ ପ୍ରତିଶତ ଜଳି ଯାଇଛି । ଏହି ଘଟଣା ଘଟାଇ ଅଭିଯୁକ୍ତ କେଉଁଆଡ଼େ ଫେରାର୍‌ ହୋଇଯାଇଛି । ପୋଲିସ ଏବେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି ।

ଘଟଣା ଅନୁସାରେ, ଜରମୁଣ୍ଡି ଥାନା ଅନ୍ତର୍ଗତ ଭାଲକି ପଞ୍ଚାୟତର ଭରତପୁର ଗ୍ରାମର ମାରୁତି କୁମାରୀଙ୍କୁ ରାଜେଶ ରାଉତ ନାମ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା । ହେଲେ ଚଳିତ ବର୍ଷ ଫ୍ରେବୃଆରୀରେ ରାଜେଶ ଅନ୍ୟତ୍ର ବିବାହ କରିଥିଲା । ଏହାପରେ ମଧ୍ୟ ସେ ମାରୁତିକୁ ଭୁଲି ପାରିନଥିଲା । ପରେ ସେ ମାରୁତିକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏଥିରେ ମାରୁତି ରାଜି ନହେବାରୁ, ରାଜେଶ କ୍ରୋଧରେ ପେଟ୍ରୋଲ ଢ଼ାଳି ମାରୁତିକୁ ଜୀଅନ୍ତା ଜାଳି ଦେଇଥିଲା ।

ଯୁବତୀ ଜଣକ ନିଜର ବୟାନ ଦେଇ ପୋଲିସଙ୍କୁ କହିଛନ୍ତି ଯେ, ଜଣେ ଯୁବକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ମାତ୍ର ସେ ସେହି ପ୍ରସ୍ତାବକୁ ଗ୍ରହଣ ନକରିବାକୁ ଯୁବକ ଜଣକ କ୍ରୋଧରେ ଆସି ତାଙ୍କ ଉପରେ ପେଟ୍ରୋଲ୍‌ ଢାଳି ତାଙ୍କୁ ଜାଳି ଦେଇଥିଲେ ।