ବଡେ ସରକାରରୁ ଛୋଟେ ସରକାର, କିଏ ଏହି ଅନନ୍ତ ସିଂହ ?

ବଡେ ସରକାରରୁ  ଛୋଟେ ସରକାର, କିଏ ଏହି ଅନନ୍ତ ସିଂହ ?
Samaya Live News Picture
Published On

ବିହାର ରେ ଅନନ୍ତ ସିଂହ ଏମିତି ଏକ ନା, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦିନଥିଲା ଅମ୍ବାନୀ ପରିବାରର ଥାଟ ବାଟ ସାରା ପୃଥିବୀକୁ ଚମକାଇ ଦଉଥିଲା । କିନ୍ତୁ ଏବେ ଅନନ୍ତ ସିଂହ ସୋସିଆଲ ମିଡିଆର ସେନ୍ସେସନ୍ ପାଲଟି ଯାଇଛନ୍ତି । ଅନନ୍ତ ସିଂହ ବାହାଘର ହେଉଚି ଅନନ୍ତ ସିଂହ ଙ୍କ ଛୋଟ ଝିଅର କିନ୍ତୁ ତାଙ୍କର ଭୋଜିକୁ ନେଇ ଏବେ ଏତେ ଚର୍ଚ୍ଚା କାହିଁକି ହେଉଚି ବାହାଘରରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଆମନ୍ତ୍ରିତ ହୋଇଥିବା ବେଳେ ଘୋଡ଼ା ଦୌଡ଼ ର ମଜା ମଧ୍ୟ ନେଉଛନ୍ତି କିନ୍ତୁ ଅନନ୍ତ ସିଂହ ଓରଫ ଛୋ ଟେ ସରକାର କାହିଁକି ଏତେ ଚର୍ଚ୍ଚାରେ ।

WhatsApp Image 2026-11-24 at 2.54.57 PM

ତାହାର କାରଣ ଯଦି ଆମେ ଖୋଜିବା ଅନନ୍ତ ସିଂହ ୪ ଭାଇ ଫାଜୋ ସିଂହ ବିରଞ୍ଚି ସିଂହ ଦିଲ୍ଲିପ ସିଂହ ଅନନ୍ତ ସିଂହ ଚାରିଜଣଙ୍କ ବାପାଙ୍କ ନାଁ ହେଲା ଚନ୍ଦ୍ରଦିପ ସିଂହ  । ଚାରି ଭାଇ ଯାକ ପ୍ରଥମରୁ ଚାଷକାର୍ୟ୍ୟ ଏବଂ ଗଛ ପତ୍ର ଘୋଡ଼ା ଏବଂ ଗାଈ କୁ ଏମାନେ ବହୁତ ଯତ୍ନ ର ସହକାରେ ରଖୁଥିଲେ । ଯଦି ଆମେ ତାଙ୍କ ଇତିହାସ ପୃଷ୍ଠ ଭୂମିକୁ ଯିବା ବିହାର ମୋକମା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଅନନ୍ତ ସିଂହ ଙ୍କ ପରିବାର ର ଦବ ଦବା ରହି ଆସିଛି  । ଅନନ୍ତ ସିଂହ ଙ୍କ ଦୁଇ ଭାଇ ଫାଯୋ ସିଂହ ଓ ବିରଞ୍ଚି ସିଂହ ହିଂସାର ଶିକାର ହୋଇ ମୃତ୍ୁବରଣ କରିଛନ୍ତି । ପରେ ପରେ ଦିଲ୍ଲିପ ସିଂହ ତାଙ୍କର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଥିଲେ କୁହା ଯାଏ ଯେ ଦିଲ୍ଲିପ ସିଂହ ଏବଂ ଅନନ୍ତ ସିଂହ ଙ୍କ ଦବ ଦବା ମୋକମା ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ରେ ଥିଲା ।

ମୋକାମା ରେ ଦିଲ୍ଲୀପ ସିଂହ ଙ୍କୁ ବଡେ ସରକାର ଏବଂ ଅନନ୍ତ ସିଂହ ଙ୍କୁ ଚୋଟେ ସରକାର ଭାବେ ଅଞ୍ଚଳ ବାସୀ ମାନେ ସମ୍ବୋଧିତ କରୁଥିଲେ ।
ଯାହା ଦ୍ୱାରା ଦିଲ୍ଲିପ ସିଂହ ୧୯୯୦ ରୁ ୧୯୯୫ ମସିହାରେ ବିଧାନ ସଭା କୁ ନିର୍ବାଚିତ ହୋଇଥିଲେ  ଦିଲ୍ଲିପ ସିଂହ ଙ୍କ ପ୍ରଭାବରେ ଅନନ୍ତ ସିଂହ ମଧ୍ୟ ତାଙ୍କର ଦବ ଦବା ମୋକମା ଅଞ୍ଚଳରେ ଜାହିର କରିଥିଲେ । ଯାହା ଦ୍ୱାରା ସେ ଅପରାଧ ଦୁନିଆରେ ପାଦ ଥାପିଥିଲେ । ଧୀର ଧୀରେ ତାଙ୍କ ପ୍ରଭାବ ଏତେ ବଢ଼ିଲା ସବୁଦିନେ ତାଙ୍କ ଘରେ ୫୦୦ ଲୋକଂକ ପାଇଁ ଖାଇବା ବ୍ୟବସ୍ଥା ହେଉଥିଲା  ଶତ୍ରୁର କାରଣ ଯୋଗୁ ଦିଲ୍ଲିପ ଙ୍କ ମୃତ୍ୟୁ ଘଟିଲା  ଏବଂ ଶୁଣିବାକୁ ମିଳୁଛି ଅନନ୍ତ ସିଂହ ଦିଲ୍ଲିପ ଙ୍କ ଶତ୍ରୁକୁ  ଖୋଜି ଖୋଜି ପ୍ରତିଶୋଧ ନେଇଥିଲେ ଏବଂ ଆସ୍ତେ ଆସ୍ତେ ଅପରାଧ ଦୁନିଆରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଗଲେ । ଦିଲ୍ଲିପ ସିଂହ ଙ୍କ ମୃତ୍ୟୁ ପରେ ଅନନ୍ତ ସିଂହ ମୋ କା ମା ରେ ତାଙ୍କର ଆଧିପତ୍ୟ ବିସ୍ତାର କରିଥିଲେ ଏବଂ ରାଜନୀତି ଦୁନିଆରେ ପାଦ ଥାପିଲେ । ସେ ୪ ଥର ବିଧାନସଭା କୁ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କର ଏତେ ଦବ ଦବା ଥିଲା ସେ ଜେଲ୍ ରେ ରହି ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ୨୦୧୫ ମସିହାରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଠିଆହୋଇ ନିର୍ବାଚିତ ହୋଇଥିଲେ ଏଵଂ ମୋକ ମା ବାସୀଙ୍କ ହୃଦୟ ଜିତିଥିଲେ  ଅନନ୍ତ ସିଂହ କୋଟି କୋଟି ଟଙ୍କାର ମାଲିକ କିଏ କହୁଚି ତାଙ୍କର ବହୁତ୍ ମଲ ଅଛି ତ କିଏ କହୁଚି ବହୁତ୍ ଜମି ଅଛି ଯାହା ତଙ୍କୁ ରୋଜଗାରକ୍ଷମ କରାଉଛି ।

ଅନନ୍ତ ସିଂହଙ୍କ ରାଜକୀୟ ବିବାହ, କୋଟି କୋଟି ଟଙ୍କାର ସମ୍ପତ୍ତି ପଛରେ କ’ଣ ରହିଛି ରହସ୍ୟ?

କୁହାଯାଉଛି, ପ୍ରାୟ ୧୦ ବିଘା ଜମିରେ ଏହି ବିବାହ ପାଇଁ ଏକ ବିଶାଳ ରାଜମହଲ ଭଳି ପଣ୍ଡାଲ ତିଆରି କରାଯାଇଥିଲା । ଦିନରାତି ଚାଲିଥିଲା ଭୋଜିଭାତ ଓ ଭବ୍ୟ ଆୟୋଜନ । ଭୋଜପୁରୀଠାରୁ ବଲିଉଡ୍ ପର୍ୟ୍ୟନ୍ତ ବଡ଼ ବଡ଼ କଳାକାରଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି। ଦାମୀ ଗାଡ଼ି, ସୁନା ରୂପା ଅଳଙ୍କାର ଏବଂ ରାଜକୀୟ ସାଜସଜ୍ଜା ଏହି ବିବାହକୁ ଆହୁରି ଚର୍ଚ୍ଚିତ କରିଦେଇଛି । କିନ୍ତୁ ଏହି ଚାକଚକ୍ୟ ପଛରେ ଥିବା ପ୍ରକୃତ କାହାଣୀ କ'ଣ? ଅନନ୍ତ ସିଂହଙ୍କ ପାଖରେ ଏତେ ବିପୁଳ ସମ୍ପତ୍ତି ଆସିଲା କେଉଁଠୁ? ଏହି ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠୁଛି ।

ଏହି ସମ୍ପତ୍ତି ତାଲିକାରେ ପାଟନାଠାରୁ ମୋକାମା ପର୍ୟ୍ୟନ୍ତ ଜମି, ଦାମୀ କୋଠା, ବାଣିଜ୍ୟିକ କମ୍ପ୍ଲେକ୍ସ, ଫ୍ଲାଟ୍, ବ୍ୟାଙ୍କ ଜମା, ଫିକ୍ସଡ୍ ଡିପୋଜିଟ୍ ଏବଂ ସୁନା ରୂପା ଅଳଙ୍କାର ଥିବା କୁହାଯାଇଛି। ଏହା ସହିତ ଦାମୀ ଗାଡ଼ି ଏବଂ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ରର ବିବରଣୀ ମଧ୍ୟ ରହିଛି ।

ତେଣୁ ଅନନ୍ତ ସିଂହଙ୍କ ରାଜନୈତିକ ଜୀବନ, ବ୍ୟବସାୟିକ ଆୟ, ଜମିଜମା ଏବଂ ଘୋଷିତ ସମ୍ପତ୍ତିକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକୃତରେ ଏହି ବିପୁଳ ସମ୍ପତ୍ତିର ଉତ୍ସ କ'ଣ? ଏହା ଜାଣିବା ପାଇଁ ସରକାରୀ ଦସ୍ତାବିଜ ଏବଂ ନିର୍ଭରଯୋଗ୍ୟ ତଥ୍ୟକୁ ଭଲ ଭାବରେ ଯାଞ୍ଚ କରିବା ଆବଶ୍ୟକ ।

Tags: