ହାଡ୍‌ପା ନିଖିଲ ହତ୍ୟାକାଣ୍ଡ ଘଟଣାରେ ଆଉ ୪ ଗିରଫ

ହାଡ୍‌ପା ନିଖିଲ ହତ୍ୟାକାଣ୍ଡ ଘଟଣାରେ ଆଉ ୪ ଗିରଫ
Samaya Live News Picture
Published On

ରାୟଗଡ଼ା  : ବହୁ ଚର୍ଚ୍ଚିତ ହାଡ୍‌ପା ନିଖିଲ ହତ୍ୟାକାଣ୍ଡ ଘଟଣା । ରାଜ୍ୟ ବାହାରୁ ଆଉ ୪ଅଭିଯୁକ୍ତଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ । ଏହି ହତ୍ୟାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦେବାଶିଷ ବିଭୋର, ପବନ କଲରା, ସାଗର କଲରା, ଅଜୟ ଦେବରପଲ୍ଲୀ । ଅଭିଯୁକ୍ତ ମାନଙ୍କୁ ରାୟଗଡା ପୋଲିସର ସ୍ୱତନ୍ତ୍ର ଟିମ୍‌ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଗିରଫ କରିଥିବା ନେଇ ରାୟଗଡ଼ା ଏସପି ସୂଚନା ଦେଇଛନ୍ତି । ପୋଲିସ ଟିମ୍ ବିଶାଖାପଟ୍ଟନମରୁ ଗୋଆ ହୋଇ କର୍ଣ୍ଣାଟକର ହୁବଲ୍ଲୀ ପର୍ଯ୍ୟନ୍ତ ପିଛା କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା ।

ଘଟନାନୁସାରେ, ପୂର୍ବ ଶତ୍ରୁତା ଓ ଜୁଆ ଆଡ୍ଡାରେ ଲୁଟପାଟ ଘଟଣାକୁ କେନ୍ଦ୍ର କରି ୯ ତାରିଖ ରାତି ୧୦ଟାରେ ହାଡପା ନିଖିଲକୁ ରାୟଗଡ଼ା ସହରର ଇନ୍ଦିରା ନଗର ଅଞ୍ଚଳରୁ ଅପହରଣ ପରେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାର ଗୋଟିଏ ଦିନ ପରେ ନିଖିଲ ହାଡପାଙ୍କ ମୃତଦେହ ନାଗାବଳି ନଦୀ ପଠାରୁ ମିଳିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଉଗ୍ର ରୂପ ନେଇଥିଲା । ପରେ ପୋଲିସ ଏହି ମାମଲାରେ ଜୋରଦାର ତଦନ୍ତ ଆରମ୍ଭ କରିଥିଲା ।

 

Tags: