ଭିଜିଲାନ୍ସ ଜାଲରେ ପୂର୍ବତନ ଆଇଟିଡିଏ ଅଧିକାରୀ

ଭିଜିଲାନ୍ସ ଜାଲରେ ପୂର୍ବତନ ଆଇଟିଡିଏ ଅଧିକାରୀ
Samaya Live News Picture
Published On

କୋରାପୁଟ  : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ କୋରାପୁଟ ITDAର ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର କେସପେଟାଙ୍କ ଘରେ ଚଢ଼ାଉ ଚାଲିଛି । ସଞ୍ଜୟଙ୍କର ୭ଟି ସ୍ଥାନରେ ଏକା ସଙ୍ଗେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଭୁବନେଶ୍ୱର, ଜୟପୁର ଓ ରାଉରକେଲାରେ ଚଢ଼ାଉ କରୁଛି ଟିମ୍ । ସଞ୍ଜୟ କୁମାର କେସପେଟା ଆଇଟିଡିଏରୁ ଅବସର ନେବା ପରେ ଵର୍ତମାନ ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l  ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଯାଞ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି ।  ଚଢ଼ାଉରେ ୬ଜଣ DSP, ୮ ଜଣ ଇନ୍ସପେକ୍ଟର, ୭ ଜଣ ASI ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।

ସୂଚନାନୁସାରେ, ସଞ୍ଜୟ କୁମାର କେସପେଟା କୋରାପୁଟ ITDAର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ସେ  ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି  ।

କୋରାପୁଟରେ ଥିବା ସଞ୍ଜୟ କୁମାରଙ୍କ ଏକ ଚାରି ମହଲା ବିଳାସପୂର୍ଣ୍ଣ ହୋଟେଲ ସମେତ ୨ଟି ସ୍ଥାନ,  ଭୁବନେଶ୍ୱର କାର୍ଯ୍ୟଳୟ, ରାଉରକେଲା ପୈତୃକ ଘରେ ଯାଞ୍ଚ କରୁଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।

Tags: