ପତ୍ନୀଙ୍କୁ ହତ୍ୟା କଲେ ଇସ୍ରୋର ପୂର୍ବତନ କର୍ମଚାରୀ

ପତ୍ନୀଙ୍କୁ ହତ୍ୟା କଲେ ଇସ୍ରୋର ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ : ପୂର୍ବତନ ଇସ୍ରୋ କର୍ମଚାରୀଙ୍କ ଜଘନ୍ୟ କାଣ୍ଡ । ସ୍ତ୍ରୀ ଙ୍କ ବେକରେ ଏକ ଟାଓ୍ବେଲ ବାନ୍ଧି ହତ୍ୟା କରିଛନ୍ତି ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓ । ପତ୍ନୀ ସନ୍ଧ୍ୟାଶ୍ରୀ ଙ୍କ ହତ୍ୟା ଅଭିଯୋଗରେ ନାଗେଶ ରାଓଙ୍କୁ ଗିରଫ କରାଯାଇଛି । ଗତକାଲି ସକାଳ ପ୍ରାୟ ୧୧ ଟାରେ ଆଭାଲାହାଲି ପୋଲିସ ଷ୍ଟେସନ ଅଂଚଳରେ ଏହି ଘଟଣା ଘଟିଥିଲା । ତେବେ ସେ ପତ୍ନୀଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବୋଲି ପୋଲିସ ସୂଚନା ଦେଇଛି । 

ସମ୍ବନ୍ଧିତ ଖବର ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ମନ୍ଦିର ଦ୍ଵାର

୬୫ ବର୍ଷୀୟ ନାଗେଶ ଇସ୍ରୋରୁ ଅବସର ପରେ ବେଙ୍ଗାଲୁରୁର ହ୍ବାଇଟଫିଲ୍ଡ ଅଞ୍ଚଳରେ ଭର୍ଚୁଓସୋ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ନିଜ ପତ୍ନୀ ସନ୍ଧ୍ୟାଶ୍ରୀଙ୍କ ସହ ରହୁଥିଲେ। ଗତ କିଛି ଦିନ ହେବ ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା । ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିବା ପରେ  ସେ ଫେରାର ନ ହୋଇ ସେହି ଘରେ ହିଁ ରହିଥିଲେ । ପରେ ଏସମ୍ପର୍କରେ ସେ ନିଜର ଜଣେ ସମ୍ପର୍କୀୟଙ୍କୁ ଫୋନ କରି ଜଣାଇଥିଲେ । ପରେ ସମ୍ପର୍କୀୟ ଙ୍କ ଠାରୁ ପୋଲିସକୁ ସୂଚନା ମିଳିଥିଲା । ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରୁ ପତ୍ନୀଙ୍କ ଶବ ମିଳିବା ପରେ ବୁଧବାର ନାଗେଶଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର ମାର୍ଚ୍ଚ ୭ ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ପଚରାଉଚରା ସମୟରେ ସେ ହତ୍ୟା କରିଥିବା ସ୍ବୀକାର ମଧ୍ୟ କରିଛନ୍ତି। ଉଭୟଙ୍କ କନ୍ୟା ଆମେରିକାରେ ରହନ୍ତି। ପୁଲିସ ତାଙ୍କୁ ଏ ବାବଦରେ ସୂଚନା ଦେବା ସହ ହତ୍ୟା ମାମଲା ରୁଜୁ କରି ଆଗାମୀ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର ନିଖୋଜ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ମିଳିଲା

Tags: