ଭିଜିଲାନ୍ସ ଜାଲରେ ବନ ଅଧିକାରୀ ,୫ ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ବନ ଅଧିକାରୀ ,୫ ଟି ସ୍ଥାନରେ ଚାଲିଛି ଚଢ଼ାଉ
Samaya Live News Picture
Published On

ଭୁବନେଶ୍ୱର : ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଏକାସଙ୍ଗେ ୫ଟି ସ୍ଥାନରେ ରେଡ୍। ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।  ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜେନ୍ଦ୍ର କୁମାରଙ୍କ ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକା ସଙ୍ଗରେ ୫ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ।

ଚଢାଉରେ ରାଜେନ୍ଦ୍ରଙ୍କ ଘରୁ ବିପୁଳ ପରିମାଣରେ ଟଙ୍କା ସୁନା ସମେତ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସ ବୁକ ଜବତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ଜବତ ହୋଇଥିବା ସମ୍ପତ୍ତିର ସଠିକ ଆକଳନ କରାଯାଇ ପାରି ନାହିଁ ।

Tags: