ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ କରି ଦୁର୍ବୁତ୍ତ ଫେରାର

ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ କରି ଦୁର୍ବୁତ୍ତ ଫେରାର
Samaya Live News Picture
Published On

ସୋନପୁର : ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳି ମାଡ଼ । କିଛି ଦୁର୍ବୁତ୍ତ ୨ଟି କାରରେ ଆସି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗାଁରେ ଥିବା ଘର ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଥିବାବେଳେ ଘର ବାହାରେ ପଡିଛି ବ୍ୟବହୃତ ହୋଇଥିବା ଖୋକା ।

ସୂଚନାନୁସାରେ, ଗତକାଲି ରାତିରେ ପୂର୍ବତନ ବିନିକା ବ୍ଲକ ଚେୟାରମ୍ୟାନ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ଏବଂ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷା ତଥା ଅଶୋକ ନନ୍ଦଙ୍କ ପତ୍ନୀ ଦିପ୍ତୀରେଖା ନନ୍ଦଙ୍କ ଘରକୁ କିଛି ଦୁର୍ବୁତ୍ତ ଆସି ଆଖିବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ତେବେ କେଉଁ କାରଣରୁ ଗୁଳିମାଡ଼ ହୋଇଛି ତାହା ଜଣା ପଡ଼ିନାହିଁ । ଏପଟେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି । ଘଟଣାସ୍ଥଳରେ ସୁବର୍ଣ୍ଣପୁର ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି  l

 

Tags: