ରିମାଣ୍ଡରେ ଯିବ ଫେରାର କଏଦୀ ମଧୁକାନ୍ତ ରାଣା

ରିମାଣ୍ଡରେ ଯିବ ଫେରାର କଏଦୀ ମଧୁକାନ୍ତ ରାଣା

କଟକ : ରିମାଣ୍ଡରେ ଗଲା ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା ଦୁର୍ଦ୍ଦାନ୍ତ କଏଦୀ ମଧୁକାନ୍ତ ରାଣା । ୬ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜେଲ୍ ଭାଙ୍ଗିବା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସୀମା ନେଇ ସତ ଓଗାଳିବକୁ ତଦନ୍ତକାରୀଙ୍କୁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରର ଅପରାଧୀ ଫେରା ପରେ ବୃନ୍ଦାବନର ଏକ ମଠରୁ ମଧୁକାନ୍ତକୁ ଗିରଫ କରିଛି ପୋଲିସ । ଅନ୍ୟ କଏଦୀ ରାଜା ସାହାଣୀକୁ ଗିରଫ ପାଇଁ ଛାନଭିନ ଜାରି ରହିଛି । 

ସମ୍ବନ୍ଧିତ ଖବର ବୃଦ୍ଧି ହେଲା ସୁନା ଦର,ରୂପା ଦରରେ ହ୍ରାସ

ମଧୁକାନ୍ତଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓକାଳିବା ପାଇଁ ଯୋଜନା ରହିଛି। ଜେଲ୍ ଭିତରେ ମଧୁକାନ୍ତ ଓ ରାଜା କେମିତି ଖସିବା ପାଇଁ ପ୍ଲାନ୍ କରିଥିଲେ, ସେଥିରେ କିଏ ସହଯୋଗ କରିଥିଲେ। ସେମାନଙ୍କୁ ହତିଆର କିଏ ଦେଇଥିଲା ସେସବୁ ମଧୁକାନ୍ତକୁ ପଚରାଉଚରା କରାଯିବ ।

ସମ୍ବନ୍ଧିତ ଖବର ରାଜ୍ୟ ସଭାରେ ଉଠିଲା କେନ୍ଦ୍ରାପଡା ଅଙ୍ଗନବାଡି କେନ୍ଦ୍ରର ଜାତିପ୍ରଥା ଘଟଣା

ଗତ ୧୩ ତାରିଖ ସନ୍ଧ୍ୟାରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ରଖି ପଚରାଉଚରା ମଧ୍ୟ କରାଯାଇଥିଲା । ଏହି ସମୟରେ ସେ’ ଜେଲ୍ରୁ ଫେରାର୍ ହେବା ଓ ଲୁଚି ରହିବା ବିଷୟ କହିଛି । ତେଣୁ ମଧୁକାନ୍ତଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓକାଳିବା ପାଇଁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବାକୁ ନିଷ୍ପତ୍ତି ନେଇଛି । 

ସମ୍ବନ୍ଧିତ ଖବର  କିନ୍ନର ହତ୍ୟାକାଣ୍ଡ,ଅଭିଯୁକ୍ତକୁ ପୋଲିସ ଗୁଳି

ଜେଲ୍‌ରୁ ବାହାରିବା ପରେ ଗତ ୧୩୪ ଦିନ କେଉଁ ରାଜ୍ୟରେ ଥିଲେ, କିଏ ତାଙ୍କୁ ସାହାଯ୍ୟ କରୁଥିଲା, ଟଙ୍କା କେଉଁଠାରୁ ପାଇଥିଲେ ତାହା ମଧ୍ୟ ଜେରା କରାଯିବ ।

ସୂଚନାନୁସାରେ,ଗତ ଅକ୍ଟୋବର ୩ ରାତିରେ  ୨ କଏଦୀ ଚୌଦ୍ୱାର ଜେଲରୁ ପାଚେରୀ ଡେଇଁ ଫେରାର ହୋଇଥିଲେ ଇ ସେମାନେ ପ୍ରଥମେ ପୁରୀ ପଳାଇଥିଲେ ଏବଂ ତା ପର ଦିନ ପୁରୀରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଛାଡ଼ିବାରେ ସଫଳ ହୋଇଥିଲା । ଅନ୍ୟତମ ଚମ୍ପଟ୍‌ ଅପରାଧୀ ରାଜା ସାହାଣୀକୁ ଧରିବା ପାଇଁ ଖୋଜାଖୋଜି ଚାଲିଛି। ୬ ଟିମ୍‌ରେ ୨୬ ଜଣ ପୋଲିସ ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଥିଲେ। ସେମାନଙ୍କୁ ଖସାଇବାରେ କାହାର ହାତ ରହିଛି ସେ ନେଇ ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Tags: