ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣାରେ ମହିଳା ଏସଆଇଙ୍କ ସମ୍ପୃକ୍ତି !

ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣାରେ ମହିଳା ଏସଆଇଙ୍କ ସମ୍ପୃକ୍ତି !
Samaya Live News Picture
Published On

ବଲାଙ୍ଗୀର : ବ୍ୟବସାୟୀ ଅପହରଣ ଘଟଣାରେ ମହିଳା ଏସଆଇଙ୍କ ସମ୍ପୃକ୍ତି ! ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ଘଟଣାରେ ବଡ଼ ଟ୍ଵିଷ୍ଟ । ଘଟଣାରେ ମହିଳା ଏସଆଇ ସ୍ନେହାମଞ୍ଜରୀ ସାହୁ ଅଟକ। ନରେନ୍ଦ୍ର ସାହୁଙ୍କୁ ଅପହରଣ ଘଟଣାରେ ଭାଇ କ୍ଷିତୀଶ ସାହୁଙ୍କୁ ସହଯୋଗ କରିଥିଲେ ସ୍ନେହାମଞ୍ଜରୀ । ମହିଳା ଏସଆଇଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ସଞ୍ଜୟ ଜେନା ଅଟକ ଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ପୋଲିସ । ଘଟଣାରେ ପୂର୍ବରୁ କ୍ଷିତୀଶ ସାହୁ ଏବଂ ସଂଜିତ ବେହେରାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଅଟକ ରଖିଛି ବଲାଙ୍ଗୀର ପୋଲିସ । 

 ଘଟନାନୁସାରେ, ଗତ ୧୪ ତାରିଖ ଅପରାହ୍ଣରେ ବଲାଙ୍ଗୀର ସହରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଅପହରଣ କରାଯାଇଥିଲା । ବୌଦ୍ଧ କଣ୍ଟାମାଲ ଅଞ୍ଚଳର କ୍ଷିତୀଶ ସାହୁଙ୍କ ସହ ଅନ୍ୟ ୬ଜଣ ମିଶି ନରେନ୍ଦ୍ରଙ୍କୁ ଅପହରଣ କରି ଭୁବନେଶ୍ୱର ଖଣ୍ଡଗିରି ରେ ଥିବା ଏକ ହୋଟେଲରେ ଲୁଚାଇ ରଖିଥିଲେ । ନରେନ୍ଦ୍ରଙ୍କୁ ଅପହରଣ କଲା ପରେ ତାଙ୍କ ପରିବାରକୁ ଅଭିଯୁକ୍ତ ୫୦ ଲକ୍ଷ ଟଙ୍କା ଦାବି କରୁଥିଲେ । ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଓ ଭୁବନେଶ୍ବରର ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ହୋଟେଲରୁ ଅପହୃତ ବ୍ୟବସାୟୀ ସାହୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ହନୁମାନ ଟଙ୍କା ପାଇଁ ମୋଟା ଅଙ୍କର ଟଙ୍କା କାରାବାରକୁ ନେଇ ଏହି ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । 

Tags: