ପ୍ରେମିକକୁ ପିଟି ପିଟି ହତ୍ୟା କଲେ ଝିଅର ବାପା

ପ୍ରେମିକକୁ ପିଟି ପିଟି ହତ୍ୟା କଲେ ଝିଅର ବାପା
Samaya Live News Picture
Published On

ବାଲେଶ୍ୱର : ପ୍ରେମ ପାଇଁ ଗଲା ପ୍ରାଣ । ଏକ ତରଫା ପ୍ରେମରୁ ଜଘନ୍ୟ କାଣ୍ଡ । ଝିଅକୁ ପ୍ରେମ ନିବେଦନ କରିବାରୁ ପ୍ରେମିକକୁ ପିଟି ପିଟି ହତ୍ୟା କରିଛନ୍ତି ଝିଅର ବାପା । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ଗାଁ ରେ । ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ଯୁବକଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ରଖି ପିଟି ପିଟି ହତ୍ୟା କରିଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ସୁବାସଙ୍କ ଭିଣୋଇ । 

ସୂଚନାନୁସାରେ, ପୁରୁଷୋତ୍ତମପୁର ପଞ୍ଚାୟତର ସୁଦର୍ଶନ ସୂତାରଙ୍କ ପୁଅ କାଞ୍ଚପଡ଼ା ପଞ୍ଚାୟତ ବିରବ୍ରହ୍ମପୁର ଗାଁର ଭଗବାନ କରଙ୍କ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ । ପରବର୍ତ୍ତୀ ସମୟରେ ଏହା ଜାଣିପାରି ଉତ୍ତକ୍ଷିପ୍ତ ହୋଇ ଝିଅର ପରିବାର ଲୋକ ଗାଡି ସାହାଯ୍ୟରେ ସୁବାସକୁ ଟେକି ନେଇଥିଲେ । ପରେ ବୀରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡି ପକ୍କା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ସୁବାସଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାରେ ସିମୁଳିଆ ପୋଲିସ୍ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । 

Tags: