ସୌମ୍ୟ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ବାପା
ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାପା । ଘଟଣାର ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଦୁଃଶାସନ ସ୍ୱାଇଁ । ସେ କହିଛନ୍ତି ଘଟଣାରେ ୪୦ଜଣଙ୍କ ସମ୍ପୃକ୍ତି ରହିଛି । ସମସ୍ତଙ୍କୁ ଗିରଫ କରି ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ଦିଆଯାଉ । ବର୍ତ୍ତମାନ ସୁଦ୍ଧା ହତ୍ୟା କାଣ୍ଡ ଘଟଣାରେ ୧୪ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିପାରେ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ଭାବେ ସୂଚନା ମିଳିନାହିଁ । ଗତ ୧୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ । ଏସବୁ ଭିତରେ ପୋଲିସ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି DGP । ରେସପନ୍ସ, ରେସକ୍ୟୁ ଏବଂ ରିଆକ୍ସନ ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ସୌମ୍ୟରଞ୍ଜନଙ୍କ ପରିବାର ସହିତ ଘଟଣା ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ଜେରା ଚଳାଇଛି ପୋଲିସ ।




