ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇ ଫସିଲେ କ୍ରାଇମବ୍ରାଞ୍ଚ୍‌ ଅଧିକାରୀ

ସମ୍ବଲପୁର: ଅପ୍ରେଲ ୨୭: ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ । ଜାତି ପ୍ରମାଣ ପତ୍ର ଭୁଲ ଦେଇ ଫସିଲେ ଅଧିକାରୀ । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସଇବିସି)ର ହୋଇଥିବା ବେଳେ ନିଜକୁ କଣ୍ଡ ଦୋରା (ତଫସିଲଭୁକ୍ତ ଜନଜାତି) ଦର୍ଶାଇ ଚାକିରି କରିଥିବା ନେଇ ଗତ ବର୍ଷ ହାଇକୋର୍ଟରେ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଏସ୍ପି ଏହା ଉପରେ ତଦନ୍ତ କରିବାକୁ ସମ୍ବଲପୁରର […]

Samaya Live Picture
Published On

ସମ୍ବଲପୁର: ଅପ୍ରେଲ ୨୭: ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ । ଜାତି ପ୍ରମାଣ ପତ୍ର ଭୁଲ ଦେଇ ଫସିଲେ ଅଧିକାରୀ । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସଇବିସି)ର ହୋଇଥିବା ବେଳେ ନିଜକୁ କଣ୍ଡ ଦୋରା (ତଫସିଲଭୁକ୍ତ ଜନଜାତି) ଦର୍ଶାଇ ଚାକିରି କରିଥିବା ନେଇ ଗତ ବର୍ଷ ହାଇକୋର୍ଟରେ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଏସ୍ପି ଏହା ଉପରେ ତଦନ୍ତ କରିବାକୁ ସମ୍ବଲପୁରର ତତ୍କାଳୀନ ଅତିରିକ୍ତ ଏସ୍ପି ଅମରେଶ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପଣ୍ଡା ଏହା ଉପରେ ତଦନ୍ତ କରି ଶ୍ରୀ ଦୋରାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ। ଏହା ଭିତରେ ଶ୍ରୀ ଦୋରା ପଦୋନ୍ନତି ପାଇ ଡିଏସପି ଭାବେ କଟକ ଯାଇଥିଲେ। କିନ୍ତୁ ଶ୍ରୀ ପଣ୍ଡାଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ମାମଲାର ମୂଳ ଅଭିଯୋଗକାରୀ ଆଇନଜୀବୀ ସୁରେନ୍ଦ୍ର କୁମାର ମହାପାତ୍ର ନିରବ ନରହି ଏହା ଉପରେ ତଥ୍ୟ ସଂଗ୍ରହ ଓ ନିଜ ସ୍ତରରେ ଅନୁସନ୍ଧାନ ଜାରି ରଖିଥିଲେ। ଏହି ତଦନ୍ତ ବେଳେ ଶ୍ରୀ ମହାପାତ୍ର ସୂଚନା ଅଧିକାର ଆଇନ୍ ଓ ଅନ୍ୟାନ୍ୟ ସୂତ୍ରରୁ ଯେଉଁ ସବୁ ତଥ୍ୟ ପାଇଛନ୍ତି ତାହା ଆଶ୍ଚର୍ଯ୍ୟ କଲା ଭଳି । ତେବେ ବର୍ତ୍ତମାନ ପୁଣି ଏହି ବିବାଦ ମୁଣ୍ଡ ଟେକିଛି ।