ଅବକାରୀ ବିଭାଗ ମହାଘୋଟଲା ୨ ଅଭିଯୁକ୍ତ ଗିରଫ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା । ମହାଘୋଟାଲା ମାମଲାରେ ୨ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅଇଁଠାପାଲି ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ଜୁନିଅର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା । ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଏଏସଆଇ ଅଚ୍ୟୁତ ଦେହୁରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି । ଅବକାରୀ ବିଭାଗରେ ସମୁଦାୟ ୩କୋଟି ୬୭ ଲକ୍ଷ ଟଙ୍କାର ଘୋଟାଲା ହୋଇଥିଲା । ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଏଏସଆଇ ଅଚ୍ୟୁତ ଦେହୁରୀ ଫେରାର ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଏସପି ମୁକେଶ ଭାମୁ ।
୨୦୨୨ ନଭେମ୍ବରରୁ ୨୦୨୫ ଅକ୍ଟୋବର ମଧ୍ୟରେ ଏହି ସରକାରୀ ପାଣ୍ଠିର ଆତ୍ମସାତ କରାଯାଇଥିଲା । ଅଡିଟ୍ ସମୟରେ ଆର୍ଥିକ ଅନିୟମିତତା ଜଣାପଡିବା ପରେ ଅବକାରୀ ବିଭାଗ ପକ୍ଷରୁ ଅଇଁଠାପାଲି ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨୩ ଲକ୍ଷ ୪୬ ହଜାର ଟଙ୍କା ନଗଦ ଜବତ କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୪୪ ଲକ୍ଷ ଟଙ୍କାକୁ ଫ୍ରିଜ୍ କରି ଛି।



