ପାର୍ବଣ ବେଳେ ଦୁର୍ବୁତ୍ତଙ୍କ ଉତ୍ପାତ,ରାଜଧାନୀରେ ପୁଣି ଗଡ଼ିଲା ୨ଟି ମୁଣ୍ଡ
ଭୁବନେଶ୍ୱର: ଶିଶୁପାଳ ଗଡ଼ ତପୁ ନାୟକ ହତ୍ୟାକାଣ୍ଡକୁ ୨୪ଘଣ୍ଟା ନବିତୁଣୁ ଗତ ରାତିରେ ରାଜଧାନୀରେ ପୁଣି ଘଟି ଯାଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗତକାଲି ରାତି ସାଢେ ୩ଟା ସମୟରେ ବମିଖାଲ କଟକ ରୋଡରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିପଡ଼ିଆ ବସ୍ତିର ସୋନୁ ନାୟକ (୨୨) । ଘଟଣାସ୍ଥଳରେ ଗୁଳିକାଣ୍ଡ ସହ ବୋମାମାଡ଼ ମଧ୍ୟ ହୋଇଛି । ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି । ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
ସୋନୁଙ୍କ ମୁଣ୍ଡରେ ହିଁ ଗୁଳି ବାଜିଛି । ପରିବାର ଲୋକଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ପୋଲିସ ଟିମ୍ ଘଟଣାସ୍ଥଳରୁ ଖୋକା ଓ ଫୁଟିଥିବା ବୋମାର କିଛି ଅଂଶ ଜବତ କରିଛି । ସୋନୁ ବାଇକ ରେ ଯାଉଥିବାବେଳେ ତାଙ୍କୁ ଗୁଳି ମାଡ଼ କରିଥିଲେ ଦୁର୍ବୁତ୍ତ । ତେବେ ସୋନୁଙ୍କୁ ହତ୍ୟା ପଛରେ କିଏ, କାହିଁକି ହେଲା ସୋନୁଙ୍କୁ ଟାର୍ଗେଟ୍ ବର୍ତ୍ତମାନ ସୁଦ୍ଧା ପୋଲିସ କୁ କୌଣସି ସୁରାକ ମିଳିପାରି ନାହିଁ । ହତ୍ୟାକାଣ୍ଡକୁ ନେଇ ଉଠିଛି ବଡ଼ ବଡ଼ ପ୍ରଶ୍ନ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତନାଘନା ଜାରି ରଖିଛି । ନିଶା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି । ଏପରିକି ପୂର୍ବ ଶତ୍ରୁତାରୁ ଘଟଣା ଘଟିଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଶା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି । ଏପରିକି ପୂର୍ବ ଶତ୍ରୁତାରୁ ଘଟଣା ଘଟିଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସେପଟେ, ଭିଏସଏସ ନଗର ତାରିଣୀ ବସ୍ତିରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ । ପଥରରେ ଛେଚି ଶଳାକୁ ହେଟା କରିଛି ଭିଣୋଇ । ମୃତକ ହେଲେ ପଠାଣି ସାହୁ । ଅଭିଯୁକ୍ତ ଭିଣୋଇ ସୁରେଶ ସିଂ ଘଟଣା ପରେ ଫେରାର ଅଛି । ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ପତ୍ନୀ ଙ୍କ ପରକୀୟା ପ୍ରୀତି ଥିବା ସନ୍ଦେହ କରି ତାଙ୍କୁ ପିଟାପିଟି କରୁଥିଲେ ସୁରେଶ ସିଂ ଙ୍କ । ଏହାପରେ ସେ ବାପ ଘରକୁ ଚାଲି ଯାଇଥିଲେ । କିନ୍ତୁ ସୁରେଶଙ୍କ ଶଳା, ଭିଣୋଇ ସହିତ ରହି କାମ କରୁଥିଲେ । ତେବେ ଗତ କାଲି ରାତିରେ ଦୁଇଜଣ ମିଶି ମଦ ପି' ବା ପରେ ବଚସା ହୋଇଥିଲା । ନିଶାସକ୍ତ ଅବସ୍ଥାରେ ସୁରେଶ ସିଂ ଶଳା ପଠାଣି ସାହୁଙ୍କୁ ଏକ ପଥରରେ ଛେଚି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହାକୁ ଦୁର୍ଘଟଣାର ରୂପ ଦେବାପାଇଁ ସେ ମୃତଦେହକୁ ଘୋଷାରି ଆଣି ଭିଏସଏସ ନଗର ରେଳ ଲାଇନ ରେ ପକାଇ ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ସହିଦ ନଗର ପୋଲିସ ସହ ଡିସିପି ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି ।




