ରାଜଧାନୀରେ କୁଖ୍ୟାତ ନିଶା ମାଫିଆଙ୍କୁ ଏନକାଉଣ୍ଟର
ଭୁବନେଶ୍ୱର : ବ୍ରହ୍ମପୁର ପରେ ଆକ୍ସନ ମୂଡ଼ରେ କମିଶନରେଟ ପୋଲିସ । ଭୁବନେଶ୍ବରରେ କୁଖ୍ୟାତ ନିଶା ମାଫିଆ ପପୁନ୍ ମାଝୀକୁ ଏନକାଉଣ୍ଟର୍ । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ନିଶା ମାଫିଆ ପପୁନ୍ ମାଝୀ ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ନିଶା ଡିଲ୍ ବେଳେ ପୋଲିସ ହାବୁଡ଼ରେ ପଡିଥିଲା । ସେ ପ୍ରଥମେ ପୋଲିସକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା । ପୋଲିସ ଗୁଳିରେ ପପୁନ୍ ଗୁରୁତର ହୋଇଛି । ତାକୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ପୁପୁନ ପାଖରୁ ୨୫ ଗ୍ରାମ ବ୍ରାଉନସୁଗାର ,ଗୋଟିଏ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ଓ ବାଇକ ଜବତ କରିଛି ପୋଲିସ।
ସୂଚନାନୁସାରେ, ପୁପୁନର ଘର ଗଞ୍ଜାମ ଜଗନ୍ନାଥ ପ୍ରସାଦ। ସେ ଭୁବନେଶ୍ୱର ଡୁମୁଡୁମାରେ ରୁହେ। ଦୀର୍ଘ ୧୭ ବର୍ଷ ଧରି ଅପରାଧ ଦୁନିଆରେ ପାଦ ଥାପିଥିଲା। ପପୁନ ନାଁରେ ଖଣ୍ଡଗିରି ଆଦି ଅନେକ ଥାନାରେ ୩୦ରୁ ଅଧିକ ମାମଲା ରହିଛି । ଏପରିକି ମର୍ଡର କେସରେ ମଧ୍ୟ ସମ୍ପୃକ୍ତି ରହିଛି ।
Tags:




