ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
Samaya Live News Picture
Published On

ସମ୍ବଲପୁର: ରେଢ଼ାଖୋଲରେ ଜଙ୍ଗଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର। ବୁଧବାର ଭୋର ସକାଳେ ୫.୪୫ ମିନିଟ୍ ସମୟରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଡୁମଚାଲି ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଆହତ ହୋଇଛି । ଧନେଶ୍ୱର ଡାହାଣ ଗୋଡରେ ଗୁଳି ବାଜିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଧନେଶ୍ୱର ସହ ତାର ୩ ସହଯୋଗୀଙ୍କୁ ରେଢ଼ାଖୋଲ ଥାନା ସୀମା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଞ୍ଚଳରେ ଠାବ କରିଥିଲେ ନାକଟିଦେଉଳ ପୋଲିସ । ଏହି ସମୟରେ ଧନେଶ୍ୱର ପୋଲିସକୁ ଗୁଳି କରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇଛି ।

 

 

Tags: