ସିମୁଳିଆରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଲୋକେଶ ଗୁରୁତର
ବାଲେଶ୍ବର : ବାଲେଶ୍ବର ସିମୁଳିଆରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଗୁଳି କଲା ପୋଲିସ। ରାଣୀତାଲ କୁପାରୀ ରାସ୍ତା ଅଡାସୋଲା ଛକ ନିକଟରେ ଏନକାଉଣ୍ଟର ହୋଇଛି ।
ଶୁକ୍ରବାର ସକାଳେ ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ଛକ ନିକଟରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଗୁରୁତର ଆହତ ହୋଇଛି । ଲୋକେଶ ବିହାରରୁ ଆସି ଓଡ଼ିଶାରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା । ତେବେ ସେ ସିମୁଳିଆରେ ଆତ୍ମଗୋପନ କରିଥିବା ଖବର ପାଇ ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ୍ ସେଠାରେ ଯାଇ ଚଢ଼ାଉ କରିଥିଲା । ଏହି ସମୟରେ ଲୋକେଶ ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରିଥିଲା ଇ କିନ୍ତୁ ତା' ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲା । ତାକୁ ଗୁରତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋକେଶ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ରହିଛି ଏକାଧିକ ଅପରାଧିକ ମାମଲା । ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଫେରାର ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସୀ ଜାରି ରହିଛି ।




