ଲୁଟ ପରେ ବୃଦ୍ଧାଙ୍କୁ ହତ୍ୟା ,ଘରୋଇ ସହାୟକ ଫେରାର

ଲୁଟ ପରେ ବୃଦ୍ଧାଙ୍କୁ ହତ୍ୟା ,ଘରୋଇ ସହାୟକ ଫେରାର
Samaya Live News Picture
Published On

ଭୁବନେଶ୍ୱର : ଲୁଟ ପରେ ବୃଦ୍ଧା ଙ୍କୁ ହତ୍ୟା, ଘର ଭିତରୁ ଉଦ୍ଧାର ହେଲା ମୃତଦେହ । ଘଟଣାସ୍ଥଳରୁ ଘରୋଇ ସହାୟକ ଫେରାର ଥିବା ଜଣା ପଡିଛି । ଘର ଭିତରେ ଲାଗିଥିବା ସିସିଟିଭି ଅଫ୍ ଥିବା ଦେଖା ଯାଇଛି । ମୃତକ ହେଲେ ପୂର୍ବତନ DFO ହାଡ଼ିବନ୍ଧୁ ନନ୍ଦଙ୍କ ପତ୍ନୀ କୁଞ୍ଜଲତା ନନ୍ଦ । ତାଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଲାଗିଥିବା ଦେଖା ଯାଇଛି ।

ସୂଚନାନୁସାରେ, ଲକ୍ଷ୍ମୀସାଗର ଥାନା ବୁଦ୍ଧ ନଗର ଅଞ୍ଚଳରେ ପ୍ଲଟ୍ ନଂ ୧୬/୯ ସ୍ଥିତ ଏକ ଫ୍ଲାଟ ରେ ରହୁଥିଲେ କୁଞ୍ଜ ଲତା ନନ୍ଦ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଘର ବାହାରେ ରହୁଥିବା ବେଳେ ୪ମାସ ପୂର୍ବରୁ କେୟାର ଟେକର ଭାବରେ କୁଞ୍ଜଲତାଙ୍କ ଘରେ ରହୁଥିଲା ଟାଙ୍ଗି ଅଞ୍ଚଳର ବଳଭଦ୍ର ମହାରଣା । ଆଜି ସକାଳେ କୁଞ୍ଜ ଲତା ଦୀର୍ଘ ସମୟ ଧରି କବାଟ ଖୋଲୁ ନଥିବାରୁ ତାଙ୍କ ପଡୋଶୀ କୁଞ୍ଜ ଲତାଙ୍କ ଝିଅ କୁ ଫୋନ କରି କହିଥିଲେ । ଖବର ପାଇ ଜ୍ୱାଇଁ ଘରେ ପହଞ୍ଚିଥିଲେ । ହେଲେ ଭିତରୁ କବାଟ ବନ୍ଦ ଥିଲା । ଏହାପରେ ସେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉପସ୍ଥିତିରେ କବାଟ ଖୋଲାଯିବା ପରେ ତାହା ଅତ୍ୟନ୍ତ ଭୟଙ୍କର ଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ । ହାତଗୋଡ଼ ବନ୍ଧା ହୋଇଥିବା ବେଳେ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଥିଲା । ଘରର ଆଲମିରା ମଧ୍ୟ ଭଙ୍ଗା ଯାଇଥିଲା । ଘରୁ ପ୍ରାୟ ୪ରୁ ୫ ଭରି ସୁନା, ନଗଦ ୬୦ ହଜାର ଟଙ୍କା ଏବଂ ସ୍କୁଟି ନେଇ କେୟାର ଟେକର ବଳଭଦ୍ର ମହାରଣା ଫେରାର ହୋଇଯାଇଛି । ଆଲମୀରା ଖୋଲା ହୋଇଥିବା ବେଳେ ଆସବାବପତ୍ର ଏଣେତେଣେ ପଡିରହିଛି । ଲକ୍ଷ୍ମୀସାଗର ଥାନା ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ସମୟରେ ଘରର ସିସିଟିଭି ବନ୍ଦ ଥିବା ପୋଲିସ ଦେଖିବାକୁ ପାଇଥିଲା । ବଳଭଦ୍ରର ଘର ଟାଙ୍ଗୀ ଅଞ୍ଚଳରେ ହୋଇଥିବା ବେଳେ ପୋଲିସ ଟିମ୍ ତାକୁ ଧରିବାକୁ ଖୋଜାଖୋଜି ଚଲାଇଛି ।

 

Tags: