ବଡ଼ ଭାଇ ଭୁଜାଲି ଚୋଟରେ ସାନଭାଇ ଗୁରୁତର

ବଡ଼ ଭାଇ ଭୁଜାଲି ଚୋଟରେ ସାନଭାଇ ଗୁରୁତର
Samaya Live News Picture
Published On

ଭୁବନେଶ୍ୱର : ରାତି ଅଧରେ ଭୁବନେଶ୍ୱର ସାଲିଆ ସାହିରେ ରକ୍ତାକ୍ତ ସଂଘର୍ଷ । ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ । ବଡ ଭାଇ ଭୁଜାଲି ଚୋଟରେ ସାନ ଭାଇ ଗୁରୁତର । ମୈତ୍ରୀ ବିହାର ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

ଘଟନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ସାଲିଆ ସାହି ମହାବୀର ନଗରରେ ଚିତ୍ତରଞ୍ଜନ ସାମନ୍ତରାୟ ତାଙ୍କ ସାନ ଭାଇ ନିରଞ୍ଜନଙ୍କୁ ଭୁଜାଲିରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ନିରଞ୍ଜନ ଗୁରୁତର ଆହତ ହୋଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସି ଲିଫ୍ଟ ମାଗି ନୟାପଲ୍ଲୀ ଥାନା ଯାଇଥିଲେ । ପରେ ପୋଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଘଟଣା ପରେ ଆକ୍ରମଣକାରୀ ଚିତ୍ତରଞ୍ଜନ ସାମନ୍ତରାୟଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି  । ତେବେ ବର୍ତ୍ତମାନ ଯାଏଁ ଆକ୍ରମଣର ସଠିକ କାରଣ ଜଣାପଡିନାହିଁ ।

Tags: