ଅର୍ଚ୍ଚନା ନାଗଙ୍କ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି

ଭୁବନେଶ୍ୱ : ଅର୍ଚ୍ଚନା ନାଗ କଳା କାକାରନାମା ଘଟଣାରେ ଆକ୍ସନ ନେଇଛି ଇଡି I ନିଜ ଆୟ ର ସଠିକ ତଥ୍ୟ ଦେଇ ନପାରିବାରୁ ତାଙ୍କ ପଳାଶୁଣୀ ସତ୍ୟବିହାର ଘର ସହିତ ଅନ୍ୟାନ୍ୟ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ଇଡି I ଇଡିର ୪ଜଣିଆ ଟିମ୍ ଓ ଭାଲ୍ୟୁଏସନ ଟିମ୍ ଗୁରୁବାର ଦିନ ସକାଳ ୯ ଟା ବେଳେ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ କରିଛନ୍ତି । କେତେ ବର୍ଗଫୁଟର ଜମି ବିଲ୍ଡିଂରେ […]

Samaya Live Picture
Published On

ଭୁବନେଶ୍ୱ : ଅର୍ଚ୍ଚନା ନାଗ କଳା କାକାରନାମା ଘଟଣାରେ ଆକ୍ସନ ନେଇଛି ଇଡି I ନିଜ ଆୟ ର ସଠିକ ତଥ୍ୟ ଦେଇ ନପାରିବାରୁ ତାଙ୍କ ପଳାଶୁଣୀ ସତ୍ୟବିହାର ଘର ସହିତ ଅନ୍ୟାନ୍ୟ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ଇଡି I ଇଡିର ୪ଜଣିଆ ଟିମ୍ ଓ ଭାଲ୍ୟୁଏସନ ଟିମ୍ ଗୁରୁବାର ଦିନ ସକାଳ ୯ ଟା ବେଳେ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ କରିଛନ୍ତି । କେତେ ବର୍ଗଫୁଟର ଜମି ବିଲ୍ଡିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ଆକଳନ କରିବା ଆରମ୍ଭ କରିଛି ଇଡି । ଏହା ସହ ଖୁବ ଶୀଘ୍ର ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ଵରଙ୍କ ଘରକୁ ମଧ୍ୟ ସିଲ କରିବାକୁ ନିଷ୍ପତି ନେଇଛି ଇଡି I

ଅର୍ଚ୍ଚନାଙ୍କ ଘର ସହିତ ଘର ଭିତରେ ଥିବା ସମସ୍ତ ନାମୀ ଦାମୀ ଆସବାବପତ୍ରର ମଧ୍ୟ ମୂଲ୍ୟ ଆକଳନ କରାଯାଇଛି । ଖୁବ ଶ୍ରୀଘ ଏସବୁ ରିପୋର୍ଟ ଇଡିର ଅଧିକାରୀମାନେ ଦିଲ୍ଲୀ ପଠାଇବେ । ଦିଲ୍ଲୀରୁ ଅନୁମତି ଆସିବା ପରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଖଗେଶ୍ୱରର ନିର୍ମାଣୀନ ବିଲ୍ଡିଂ ଓ ଜମିର ମଧ୍ୟ ଇଡି ମୂଲ୍ୟ ଆକଳନ କରିଛି ।

ଆସନ୍ତା ୧୩ ତାରିଖରେ ଏ ସମ୍ପର୍କରେ କୋର୍ଟ ରେ ଶୁଣାଣି ହେବ I ଅନ୍ୟପଟେ ବାଜ୍ୟାପ୍ତି ବିରୋଧ ରେ ଅର୍ଚ୍ଚନା ତାଙ୍କ ଓକିଲଙ୍କ ସହିତ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି I ସମ୍ପତି ବାଜ୍ୟାପ୍ତି ସମ୍ପର୍କରେ କୋର୍ଟଙ୍କ କୌଣସି ନିଷ୍ପତି ଜଣ ପଡ଼ିନାହିଁ I