ଡ୍ରଗ୍ସ ଲିଙ୍କ ମାମଲା: ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ବିରୋଧରେ ଏନସିବି ର ଚାର୍ଜସିଟ ଦାଖଲ

ମୁମ୍ବାଇ : କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପୁଣି ବଢ଼ିଲା ଅଡୁଆ । ଡ୍ରଗ୍ସ ଲିଙ୍କ ମାମଲାରେ ଭାରତୀ ଏବଂ ହର୍ଷ ଙ୍କ ବିରୋଧରେ ଏନସିବି ୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି I ସୂଚନାନୁସାରେ ପୂର୍ବରୁ ଭାରତୀଙ୍କ ଘରୁ ଗଂଜେଇ ଜବତ ହୋଇଥିଲା I ଏହାପରେ ଭାରତୀ ଏବଂ ହର୍ଷଙ୍କ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏନସିବି ର ସୂଚନାନୁସାରେ ପଚରାଉଚରା ସମୟରେ ଉଭୟ […]

Samaya Live Picture
Published On

ମୁମ୍ବାଇ : କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପୁଣି ବଢ଼ିଲା ଅଡୁଆ । ଡ୍ରଗ୍ସ ଲିଙ୍କ ମାମଲାରେ ଭାରତୀ ଏବଂ ହର୍ଷ ଙ୍କ ବିରୋଧରେ ଏନସିବି ୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି I ସୂଚନାନୁସାରେ ପୂର୍ବରୁ ଭାରତୀଙ୍କ ଘରୁ ଗଂଜେଇ ଜବତ ହୋଇଥିଲା I ଏହାପରେ ଭାରତୀ ଏବଂ ହର୍ଷଙ୍କ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏନସିବି ର ସୂଚନାନୁସାରେ ପଚରାଉଚରା ସମୟରେ ଉଭୟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗଞ୍ଜା ଖାଇଥିବାର ସ୍ୱୀକାର କରିଛନ୍ତି ।

ଏହା ପରେ ଭାରତୀ ସିଂଙ୍କୁ ଏନଡିପିଏସ ଆକ୍ଟ ୧୯୮୬ ଧାରା ଅନୁଯାୟୀ ୨୦୨୦ରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ଭାରତୀସିଂହ ଏବଂ ହର୍ଷ । ପରେ ଉଭୟ ଜାମିନରେ ଆସିଥିଲେ। କିନ୍ତୁ ଏବେ ସେ ଜାମିନରେ ରହିଥିବା ବେଳେ ପୁଣି ଏନସିବି ତାଙ୍କ ଉପରେ ଚାର୍ଜସିଟ୍‌ ଦାୟର କରିଛନ୍ତି ।

ସୂଚନାନୁଯାୟୀ, ୨୦୨୦ ଜୁନ ମାସ ୧୪ ତାରିଖରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ପରେ ବଲିଉଡ ର ଡ୍ରଗ୍ସ ଲିଙ୍କ ପଦାକୁ ଆସିଥିଲା I ଏହି ଅନୁସନ୍ଧାନ ଅନେକ ବଲିଉଡ ତାରକାଙ୍କ ନାମ ମଧ୍ୟ ପ୍ରକାଶ ପାଇଥିଲା I ଏହି ଘଟଣାକୁ ଏନସିବି ଦ୍ୱାରା କଡ଼ିକଡ଼ି ଯାଞ୍ଚ କରାଯାଇଥିଲା I ସେମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ହର୍ଷଙ୍କ ନାମ ଥିଲା। ସେହିସମୟରେ ଏନସିବି ଭାରତୀ ସିଂ ଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରି ତାଙ୍କ ଅଫିସରୁ ଡ୍ରଗ୍ସ ପାଇଥିଲା, ଏହାପରେ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା । ତେବେ ପରେ ଉଭୟ ମାଜିଷ୍ଟ୍ରେଟ କୋର୍ଟରୁ ଜାମିନ ପାଇଥିଲେ।