ଧଉଳି ଗଣ ଦୁଷ୍କର୍ମ ମାମଲା,କ୍ରାଇମ ସ୍ପଟରେ ମହିଳା କମିଶନର ସଦସ୍ୟା

ଧଉଳି ଗଣ ଦୁଷ୍କର୍ମ ମାମଲା,କ୍ରାଇମ ସ୍ପଟରେ ମହିଳା କମିଶନର ସଦସ୍ୟା
Samaya Live News Picture
Published On

ଭୁବନେଶ୍ୱର : ଧଉଳି ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଗିରଫ ପରେ ତିନି ଜଣଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅଭିଯୁକ୍ତ ଜଣେ କଟକର, ଜଣେ ଶିଶୁପାଳଗଡର ଓ ଆଉ ଜଣେ ଧଉଳି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ପୋକ୍ସ ମାମାଲା ରୁଜୁ କରି ତନାଘନା କରୁଛି ଧଉଳି ଥାନା ପୋଲିସ I ଇତି ମଧ୍ୟରେ ପୁଲିସ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି କ୍ରାଇମ ସ୍ପଟ୍‌ରେ ପହଞ୍ଚିଛନ୍ତି ମହିଳା କମିଶନ ସଦସ୍ୟା। ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ କରିବା ପରେ କ୍ରାଇମ୍‌ ସ୍ପଟ୍‌ ରେ ପହଞ୍ଚିଥିଲେ। ଘଟଣାକୁ ଗୁରୁତର ସହ ନିଆଯାଇଛି ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ ବୋଲି କହିଛନ୍ତି।

ସୂଚନାନୁସାରେ,ଗତ ୧୦ ତାରିଖରେ ପୁରୁଷ ବନ୍ଧୁଙ୍କ ସହିତ ଧଉଳି ବୁଲିବାକୁ ଯାଇଥିଲେ ପୀଡିତା । ବୁଲାବୁଲି ସାରି ଫେରିବା ବେଳେ ୫ ଅଭିଯୁକ୍ତଙ୍କ ହାବୁଡ଼ରେ ପଡିଯାଇଥିଲେ ଉଭୟେ । ସେମାନେ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଏହାପରେ ପୁରୁଷ ବନ୍ଧୁଙ୍କ ମୁଣ୍ଡକୁ ପଥରରେ ଛେଚି ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରି ଭିଡିଓ ରେକର୍ଡ଼ିଂ କରିଥିଲେ । ଏହି ସମୟରେ ନାବାଳିକା ଜଣକ ବେହୋସ ହୋଇଯିବାରୁ ତାଙ୍କୁ ଛାଡି ଚାଲିଯାଇଥିଲେ । ଚେତା ଫେରିବା ପରେ ପୁରୁଷ ବନ୍ଧୁଙ୍କ ସହିତ ଆସି ଧଉଳି ଥାନାରେ ଏତଲା ଦେଇଥିଲେ । ଭୁବନେଶ୍ୱର କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି । ୧୮୩ ବିଏନସରେ ବୟାନ ରେକର୍ଡ କରାଯାଇଛି ।  ଜୁଡିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ବୟାନ ହୋଇଛି ରେକର୍ଡ ।

ଅନ୍ୟପଟେ,ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି ରାଜଧାନୀର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ସ୍ପର୍ଶକାତର ଓ ବିଚଳିତ କରିବା ପରି ବିଷୟ। ବର୍ବରତା ଓ ଅରାଜକତା ସୀମା ଟପୁଛି। ରାଜ୍ୟ ରାଜଧାନୀ ଅସୁରକ୍ଷିତ ହୋଇ ପଡ଼ିଛି। ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ଵନୀୟତା ହରାଉଛନ୍ତି ସରକାର। ଆଇନ ଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

Tags: