ମୁଖ୍ୟ ଅଭିଯୁକ୍ତକୁ ଧରି କ୍ରାଇମ ସିନ୍ ରି-କ୍ରିଏସନ କଲା ଧଉଳି ଥାନା ପୋଲିସ

ମୁଖ୍ୟ ଅଭିଯୁକ୍ତକୁ ଧରି କ୍ରାଇମ ସିନ୍ ରି-କ୍ରିଏସନ କଲା ଧଉଳି ଥାନା ପୋଲିସ
Samaya Live News Picture
Published On

ଭୁବନେଶ୍ଵର: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି କୁ ନେଇ ଧଉଳି ଥାନା ପୋଲିସ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ଗତକାଲି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୁଲିସ ଜୋକର ହାପି ହାତୀକୁ ଗଞ୍ଜାମରୁ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।

ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୧୦ ତାରିଖ ଦିନ ତିନି ଜଣ ଅଭିଯୁକ୍ତ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ । ଏହି ଜୋକର ହାପି ଯାହାର ମାଷ୍ଟରମାଇଣ୍ଡ ଥିଲା । ମୁଖ୍ୟ ଅଭିଯୁକ୍ତ ଜୋକର ହାପି ଜଣେ ପେସାଦାର ଅପରାଧୀ। ତା' ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ଦୁଷ୍କର୍ମ ଘଟଣା ପରେ ଜୋକର ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା । ପରେ ଗଞ୍ଜାମ ଚାଲିଯାଇଥିଲା । ମୋବାଇଲ ଟ୍ରାକିଂ କରି ଗତକାଲି ସେଠାରୁ ତାକୁ ଗିରଫ କରାଯାଇଥିଲା । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିଲେ ।  ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ଗିରଫ ହେବା ପରେ ଖୁବଶୀଘ୍ର ତା’ର ଅନ୍ୟ ୨ ସହଯୋଗୀ ଧରାପଡ଼ିବେ ବୋଲି ପୋଲିସ କମିଶନର ଏସ.ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।

 

 

Tags: