ଭୁବନେଶ୍ୱରରେ ଡେଲିଭରି ବୟ ଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ରାଜଧାନୀରେ ଡେଲିଭରୀ ବୟଙ୍କୁ ମରଣାନ୍ତକ ଆକ୍ରମଣ । ଡେଲିଭରୀ ସାରି ଘରକୁ ଫେରୁଥିବାବେଳେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଡେଲିଭରୀ ବୟ ତାପସ ବେହେରା । ଖଣ୍ଡଗିରି ଥାନା ଅଞ୍ଚଳ ଜାଗମରା ଗଣ୍ଡମୁଣ୍ଡା ରାସ୍ତାରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପଛପଟୁ ଖଣ୍ଡାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଖଣ୍ଡା ଚୋଟରେ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ଆହତ ଯୁବକ ଅଭିଯୋଗ କରିଛନ୍ତି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
Tags:




