ଦିଲ୍ଲୀ ବିସ୍ଫୋରଣ,ମୃତକଙ୍କ ପରିବାରକୁ ୧୦ ଲକ୍ଷ ଘୋଷଣା

ଆତଙ୍କୀ ଉମର କରିଥିଲା ବ୍ଲାଷ୍ଟ

ଦିଲ୍ଲୀ ବିସ୍ଫୋରଣ,ମୃତକଙ୍କ ପରିବାରକୁ ୧୦ ଲକ୍ଷ ଘୋଷଣା
Samaya Live News Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଗୁରୁତର ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା,ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୨୦,୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି ଇ ଦିଲ୍ଲୀ LNJP  ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  I

ଏହି ଘଟଣାରେ ବଡ଼ ଖୁଲାସା ହୋଇଛି I DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଉମରଙ୍କର ହାଡ଼, ଦାନ୍ତ ଏବଂ ବିସ୍ଫୋରଣସ୍ଥଳରୁ ମିଳିଥିବା ପୋଷାକର ଅଂଶରୁ DNA ନମୁନା ସଂଗ୍ରହ କରାଯାଇଥିଲା। ଏହି DNA ତାଙ୍କ ମାଆ ଏବଂ ଭାଇଙ୍କ DNA ସହିତ ଶତ ପ୍ରତିଶତ ମେଳ ଖାଇଛି ।  ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।

ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପୂର୍ବରୁ ଉମରଙ୍କ ମାଆଙ୍କୁ ପୁଲୱାମାରେ DNA ପରୀକ୍ଷା ପାଇଁ ଅଟକ ରଖାଯାଇଥିଲା। ବିସ୍ଫୋରଣ ପରେ ସୋମବାର ରାତିରେ ଉମରଙ୍କ ମାଆ ଏବଂ ଦୁଇ ଭାଇଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା।

DELHI BLAST
ଦିଲ୍ଲୀ ବିସ୍ଫୋରଣ,ମୃତକଙ୍କ ପରିବାରକୁ ୧୦ ଲକ୍ଷ ଘୋଷଣା

ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ଉମର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

ଅନ୍ୟପଟେ  ଦିଲ୍ଲୀ ବୋମା ବିସ୍ଫୋରଣରେ ଆଉ ଗୋଟିଏ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ପ୍ରାୟ ଆଠ ଜଣ ସନ୍ଦିଗ୍ଧ ଚାରୋଟି ସ୍ଥାନରେ ସିରିଜ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ସେମାନେ ଦୁଇଟି ଦଳରେ ଚାରୋଟି ସହରକୁ ଯାତ୍ରା କରିବାକୁ ଯୋଜନା କରିଥିଲେ ।  ତଦନ୍ତକାରୀ ସଂସ୍ଥା ସୂତ୍ର ଅନୁଯାୟୀ, ପ୍ରତ୍ୟେକ ଗୋଷ୍ଠୀ ଏକାଧିକ ଆଇଇଡି ସାଙ୍ଗରେ ନେବାର ଥିଲା ।

Tags: