ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
Samaya Live News Picture
Published On

ବରଗଡ଼ : ନାବାଳିକା ଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ ବରଗଡ଼ ପୋକ୍ସ କୋର୍ଟ । ୩୭ ଜଣ ସାକ୍ଷୀଂକ ବୟାନ ଆଧାରରେ ଅଭିଯୁକ୍ତ ପ୍ରଶାନ୍ତ ବାଗକୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଏହା ସହ ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଦେବାକୁ DLSA ଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ତଦନ୍ତ ତଦାରଖ କରୁଥିଲେ ଏସପି । 

ଘଟନାନୁସାରେ, ଗତ ୨୦୨୪ ନଭେମ୍ବର ମାସ ୧୫ ତାରିଖରେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହା ନାବାଳିକାଙ୍କୁ ମାଛ ଧରିଯିବା ଆଳରେ ଘରୁ ଡାକି ନେଇଥିଲେ ଏବଂ ବଳାତ୍କାର ପରେ ହତ୍ୟା କରିଥିଲେ। ଏନେଇ ମୃତ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ମାମଲାଟି ବରଗଡ଼ ପୋକ୍ସୋ ଅଦାଲତରେ ମାମଲା ଚାଲିଥିଲା । ପୋକ୍ସୋ ଅଦାଲତ ଏହାର ବିଚାର କରି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।

Tags: