ସାଇବର ଠକ ଗିରଫ

ସାଇବର ଠକ ଗିରଫ

ଭୁବନେଶ୍ୱର : ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ମାମଲାରେ ସାଇବର ଠକ ଗିରଫ । ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଦେବଗିରି ଶ୍ରୀନିବାସ ରାଓଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେ ବ୍ରହ୍ମପୁରରେ ରହି ବ୍ୟବସାୟ କରୁଥିବାବେଳେ ନକଲି କ୍ରିପ୍ଟୋକରେନ୍ସି ଟ୍ରେଡିଂ ପ୍ଲାଟଫର୍ମ ମାଧ୍ୟମରେ ଠକେଇ କରୁଥିଲେ । ତାଙ୍କ ବିରୁଦ୍ଧରେ ୯ ଜୁଲାଇ, ୨୦୨୪ ରେ ସାଇବର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର SDJM କୋର୍ଟରେ ହାଜର କଲା ସାଇବର କ୍ରାଇମବ୍ରାଞ୍ଚ । ଏହି ମାମଲାରେ ପୂର୍ବରୁ ଲୁଧିଆନା ରୁ ୫ ଜଣ ଏବଂ ସୁରାଟରୁ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ସମ୍ବନ୍ଧିତ ଖବର ଭକ୍ତ ଦାସଙ୍କ ସହ ଫୋନରେ ଏବଂ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ

 

ସମ୍ବନ୍ଧିତ ଖବର ଅଧିକ ବସ୍ ଭଡ଼ା ଆଦାୟ ଅଭିଯୋଗ, ନିୟମିତ ଯାଞ୍ଚ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ

Tags: