ଫିଲିମ୍‌ କଥା ହେଲା ସତ !

କାଶ୍ମୀର: ଅପ୍ରେଲ ୦୫: ଫିଲ୍ମ ପରେ କଥା ହେଲା ସତ କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ଆକ୍ରମଣ। ଗତକାଲି ଠାରୁ କ୍ରମାଗତ ୪ ଥର ହେଲା ଦକ୍ଷିଣ କାଶ୍ମୀରର ଶୋପିଆନ୍ ଉପତ୍ୟାକାରେ ଆତଙ୍କୀ ହମଲା ଚାଲୁ ରହିଛି । କାଶ୍ମୀରୀ ପଣ୍ଡିତ ବାଲ୍ କୃଷ୍ଣଙ୍କ ଉପରେ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଛନ୍ତି । ତାଙ୍କ ହାତ ଓ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ଶ୍ରୀନଗରର ଏକ ଆର୍ମି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୨୪ […]

Samaya Live Picture
Published On

କାଶ୍ମୀର: ଅପ୍ରେଲ ୦୫: ଫିଲ୍ମ ପରେ କଥା ହେଲା ସତ କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ଆକ୍ରମଣ। ଗତକାଲି ଠାରୁ କ୍ରମାଗତ ୪ ଥର ହେଲା ଦକ୍ଷିଣ କାଶ୍ମୀରର ଶୋପିଆନ୍ ଉପତ୍ୟାକାରେ ଆତଙ୍କୀ ହମଲା ଚାଲୁ ରହିଛି । କାଶ୍ମୀରୀ ପଣ୍ଡିତ ବାଲ୍ କୃଷ୍ଣଙ୍କ ଉପରେ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଛନ୍ତି । ତାଙ୍କ ହାତ ଓ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ଶ୍ରୀନଗରର ଏକ ଆର୍ମି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୨୪ ଘଣ୍ଟାରେ ଆତଙ୍କବାଦୀ ୭ ଜଣଙ୍କୁ ନିଜ ଶିକାର କରିଛନ୍ତି। ଏଥିରେ ୨ଜଣ ସିଆରପିଏଫ ଯବାନ ଥିବା ବେଳେ ୪ ଜଣ ଶ୍ରମିକ ଅଛନ୍ତି। ତେବେ ଆଜି ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡକୁ ନିନ୍ଦା କରି ନ୍ୟାସନାଲ କନଫେରନ୍ସର୍ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ କରି କହିଛନ୍ତି ଯେ, ମୁଁ ମୋର କାଶ୍ମୀରବାସୀଙ୍କ ପ୍ରତି ହୋଇଥିବା ଭୟାବହ କାଣ୍ତ ଏବଂ ଲାଇନ୍ ଅଫ ଡ୍ୟୁଟିରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ମୋର ସମବେଦନା ଜଣାଉଛି। ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇଯାଉ ବୋଲି ପ୍ରାର୍ଥନା କରୁଛି ।