୧.୪୧ କୋଟି ଟଙ୍କା ଠାବ

ଭୁବନେଶ୍ବର: ଅପ୍ରେଲ ୦୯: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ କୁଡ଼ିଆରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଥିବା ଜଣାଯାଇଛି। ଏହାଛଡ଼ା ସେଠାରୁ ୩୫୪ […]

Samaya Live Picture
Published On

ଭୁବନେଶ୍ବର: ଅପ୍ରେଲ ୦୯: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ କୁଡ଼ିଆରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଥିବା ଜଣାଯାଇଛି। ଏହାଛଡ଼ା ସେଠାରୁ ୩୫୪ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି। ଏହାକୁ ମିଶାଇ ଏଯାଏ ତାଙ୍କ ପାଖରୁ ମୋଟ୍ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରାଯାଇଛି। ଏହାକୁ ସାଲିଆସାହିରେ ଦ୍ବିତୀୟ ପତ୍ନୀ ଭଉଣୀଙ୍କ ଘରେ ଲୁଚାଇ ରଖିଥିଲେ କାର୍ତ୍ତିକେଶ୍ୱର ରାଉଳ। କଳ୍ପନା ପ୍ରଧାନଙ୍କୁ ଜେରା କରାଯିବା ସମୟରେ ଏକଥା ଜାଣିପାରିଥିଲା ଭିଜିଲାନ୍ସ ଟିମ୍ ।ଏଥିସହିତ ରାଜଧାନୀର ପୋଖରୀପୁଟରେ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ଗୋଟିଏ ଟ୍ରିପଲେକ୍ସ ଠାବ ହୋଇଛି। ଏହାକୁ ସେ କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡଠାରୁ ନଗଦ ୭୮,୫୦,୦୦୦ ଟଙ୍କା ଦେଇ କିଣିଥିଲେ। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ସବୁଠାରୁ ଲମ୍ବା ଚଢ଼ାଉ ବୋଲି କୁହାଯାଉଛି। ଏନେଇ ଅଧିକ ତଦନ୍ତ ଚାଲିଛି।ସୂଚନାଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଶୁକ୍ରବାର ଦିନ ତାଙ୍କୁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦିଆଯାଇଥିଲା।