କ୍ରିକେଟ ବ୍ୟାଟିଂ: ୩୦ ଲକ୍ଷ ଜବତ,୬ ଗିରଫ

କ୍ରିକେଟ ବ୍ୟାଟିଂ: ୩୦ ଲକ୍ଷ ଜବତ,୬ ଗିରଫ

ରାଉରକେଲା: ରାଉରକେଲା ସହରରେ ବଡ଼ ଧରଣର କ୍ରିକେଟ ବ୍ୟାଟିଂ । ଟି୨୦ ବିଶ୍ୱକପ ମ୍ୟାଚ ବେଳେ ଚାଲିଥିବା ବେଟିଂ ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ରାଉରକେଲା ପୁଲିସ । ସେମାନଙ୍କ ଠାରୁ ବିଡା ବିଡା ନୋଟ୍‌ ପାଖାପାଖି ୩୦ଲକ୍ଷ ଟଙ୍କା ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଉରକେଲା ଏସପି ।

ସମ୍ବନ୍ଧିତ ଖବର ରାଜ୍ୟ ସଭାରେ ଉଠିଲା କେନ୍ଦ୍ରାପଡା ଅଙ୍ଗନବାଡି କେନ୍ଦ୍ରର ଜାତିପ୍ରଥା ଘଟଣା

ଗତକାଲି କ୍ରିକେଟ ବେଟିଂ ଅଭିଯୋଗରେ ୫ଟି ସ୍ଥାନରେ ଚଢାଉ କରିଥିଲା ପୁଲିସ । ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ରାଉରକେଲା ପ୍ଲାଣ୍ଟସାଇଟ୍‌, ଉଦିତ ନଗର, ରଘୁନାଥ ପାଲି, ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସମେତ ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲା । ଆଜି ସାମ୍ବାଦିକ ସମ୍ମିଳନୀ କରି ପୁରା ତଥ୍ୟ ରଖିଛନ୍ତି ରାଉରକେଲା ଏସପି ।

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ବଡ଼ ଧରଣର ସଡକ ଦୁର୍ଘଟଣା , ୪ ଆହତ

   

ସମ୍ବନ୍ଧିତ ଖବର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି

Tags: