ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ପିପିଲି : ରାତିରେ ଖାଇ ପି' ଶୋଇବାକୁ ଗଲେ , ହେଲେ ସକାଳେ ବନ୍ଦ ଘରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର କଲା ପୋଲିସ। ପୁରୀ ଜିଲ୍ଲା ପିପିଲ ସାତସଙ୍ଖ ଅର୍ଜୁନସିଂପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଜାରି ରହିଛି ପୋଲିସ ତଦନ୍ତ। ମୃତକ ହେଲେ ଭାସ୍କର ଚନ୍ଦ୍ର ଦାସ ଏବଂ ତାଙ୍କ ସ୍ତ୍ରୀ କାଜଲ ଦାସ ।
ସୂଚନା ଅନୁସାରେ, ଗତ ୭ବର୍ଷ ପୂର୍ବେ ଭାସ୍କର ଚନ୍ଦ୍ର ଦାସ ଏବଂ ତାଙ୍କ ସ୍ତ୍ରୀ କାଜଲ ଅର୍ଜୁନସିଂପୁର ଗାଁ ରେ ଭଡା ନେଇ ରହୁଥିଲେ । ଭାସ୍କର ଚନ୍ଦ୍ର ଦାସ ନିକଟସ୍ଥ ଏକ ଗାଡି ଫ୍ୟାକ୍ଟ୍ରିରେ ରାତ୍ର ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ । ତେବେ ଗତ ସୋମବାର ରାତିରେ ସେ ଡ୍ୟୁଟି ନଯାଇ ଘରେ ଥିଲେ । ସକାଳେ ଅନେକ ଡେରି ଯାଏଁ ଘରର କବାଟ ନଖୋଲିବାରୁ ପଡୋଶୀ ଆସି କବାଟ ବାଡେଇଥିଲେ । ସନ୍ଦେହ ହେବାରୁ ପୋଲିସକୁ ଖବର ଦେଲେ ପଡ଼ୋଶୀ । ଆଉ ପୋଲିସ ଆସି କବାଟ ଭାଙ୍ଗି ଘରେ ପଶିବା ବେଳକୁ ଫ୍ୟାନ୍ରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ । ଟେବୁଲ ଉପରେ କ୍ଷୀର ଗ୍ଲାସ ରଖାଯାଇଥିବା ଦେଖିଥିଲେ । ଆତ୍ମହତ୍ୟା କୁ ନେଇ ପୋଲିସ ତଦନ୍ତ ଜାରି ରହିଛି ।




