ସାଇବର ଠକଙ୍କ କବଳରୁ ଅଳ୍ପକେ ବର୍ତ୍ତିଗଲେ ଦମ୍ପତି

ସାଇବର ଠକଙ୍କ କବଳରୁ ଅଳ୍ପକେ ବର୍ତ୍ତିଗଲେ ଦମ୍ପତି

ଭୁବନେଶ୍ୱର : ପତି-ପତ୍ନୀଙ୍କୁ ଦୀର୍ଘ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ I ଉପସ୍ଥିତ ବୁଦ୍ଧି ଖଟାଇ ସାଇବର ଠକଙ୍କ କବଳରୁ ବର୍ତ୍ତୀ ଯାଇଛନ୍ତି ଏହି ଦମ୍ପତି । ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ଏହି ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ କରି ରଖିଥିଲେ ଠକ । ଉଭୟଙ୍କୁ ଗିରଫ କରାଯିବ ଏବଂ ବିନା ଅନୁମତିରେ ପାଦେ ବି ନଘୁଞ୍ଚିବାକୁ ଧମକ ଦେଇଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ  । ମାମଲାରୁ ବର୍ତ୍ତିବାପାଇଁ କୋଟିଏ ଟଙ୍କା ମାଗିଥିଲେ ଠକ,ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି I 

ସମ୍ବନ୍ଧିତ ଖବର ନକ୍ସଲ ମୁକ୍ତ ହେଉଛି ଓଡିଶା - ମୁଖ୍ୟମନ୍ତ୍ରୀ

ଘଟଣାନୁସରେ,ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ରୁହନ୍ତି ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ସରୋଜ କୁମାର ପଟ୍ଟନାୟକ ଓ ତାଙ୍କ  ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ନିର୍ଝରନି ପଟ୍ଟନାୟକ । ଗତ ୯ ତାରିଖରେ ଦିନ ୧୧ଟା ୩୦ରେ ଦମ୍ପତିଙ୍କୁ ଏକ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ପୋଲିସର ପରିଚୟ ଦେଇ ଉଭୟଙ୍କୁ ଭୟ ଦେଖାଇଥିଲେ I ସେ କହିଥିଲେ ତାଙ୍କ ଆଧାରକାର୍ଡ଼ ଡିଟେଲସ ଦେଇ କାଶ୍ମୀରର ଜଣେ ଆତଙ୍କବାଦୀ ସିମ କାର୍ଡ ନେଇକି ବ୍ୟବହାର କରୁଛନ୍ତି । ଆତଙ୍କବାଦ ଲିଙ୍କ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯିବ ଏବଂ ବିନା ଅନୁମତିରେ ପାଦେ ବି ନଘୁଞ୍ଚିବାକୁ ଧମକ ଦେଇଥିଲେ । ମାମଲାରୁ ବର୍ତ୍ତିକୁ କୋଟିଏ ଟଙ୍କା ମାଗିଥିଲେ ସାଇବର ଠକ।  ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ ଦମ୍ପତ୍ତି । ଏହି ସମୟରେ ଠକ ଜଣକ ଘରର କାଗଜ ପତ୍ର, ଏଫଡ଼ି, ବ୍ୟାଙ୍କ ଡିଟେଲସ ସମେତ ବହୁ ଗୁରୁତ୍ବପୁର୍ଣ ଡକୁମେଣ୍ଟ ଅନ୍ ଲାଇନରେ ନେଇଯାଇଛି । ତେବେ ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ । ଏହାକୁ ନେଇ ଆଜି ସଇବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଦମ୍ପତି ।

ସମ୍ବନ୍ଧିତ ଖବର ନକଲି ଡାକ୍ତର ଗିରଫ

Tags: