ନୟାଗଡ଼ର ବାରାକରେ କନେଷ୍ଟବଳଙ୍କ ଆତ୍ମହତ୍ୟା

ନୟାଗଡ଼ର ବାରାକରେ କନେଷ୍ଟବଳଙ୍କ ଆତ୍ମହତ୍ୟା

ନୟାଗଡ଼ : ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ । ତାଙ୍କ ନାଁ ସୁନୀଲ ସେଠୀ ଏବଂ ଘର ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡଝୋଲା ବେରୁଆଁବାରି ଗାଁରେ । ନୟାଗଡ଼ ବାରାକ ଛାତ ଉପରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ  l ୨୦୨୩ ମସିହାରୁ ସେ କନେଷ୍ଟବଳ ଭାବରେ ସେଠାରେ କାର୍ଯ୍ୟରତ ଥିଲେ l  କିଛି ଦିନ ପୂର୍ବରୁ ତାଙ୍କର ନିର୍ବନ୍ଧ ସରିଥିବା ସୂଚନା ମିଳିଛି । 

ସମ୍ବନ୍ଧିତ ଖବର ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ସୂଚନାନୁସାରେ , ସୁନୀଲ ସେଠୀ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ଗୁରୁବାର ସକାଳେ ନୟାଗଡ଼ ବାରାକରେ ନିଜ ବନ୍ଧୁକକୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ସୁନୀଲ ।  ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ଛୁଟି ନମିଳିବାକୁ ନେଇ ସୁନୀଲ ଚାପରେ ଥିଲେ ବୋଲି ସୂଚନା ମିଳିଛି । ତେବେ ପୁଅକୁ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ତାଙ୍କ ମା' ଅଭିଯୋଗ କରିଛନ୍ତି l ଖବର ଜଣା ପଡିବା ପରେ ନୟାଗଡ଼ ଟାଉନ ଥାନା ପୋଲିସ ଓ ସାଇନ୍ଟଫିକ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ରିପୋର୍ଟ ଆଧାରରେ ସମ୍ପୂର୍ଣ୍ଣ ତଥ୍ୟ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।

ସମ୍ବନ୍ଧିତ ଖବର ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

Tags: