ଗଞ୍ଜେଇ ବେପାର ସମ୍ପୃକ୍ତି ନେଇ କନଷ୍ଟେବଳ ଗିରଫ

ଗଞ୍ଜେଇ ବେପାର ସମ୍ପୃକ୍ତି ନେଇ କନଷ୍ଟେବଳ ଗିରଫ
Samaya Live News Picture
Published On

ବୌଦ୍ଧ : ଖାକି ରେ କଳଙ୍କ । ଗଞ୍ଜେଇ କାରବାର ରେ ସମ୍ପୃକ୍ତି ନେଇ କନଷ୍ଟେବଳଙ୍କ ଗିରଫ କଲା ପୋଲିସ । ନିଜ ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସ ହାତରେ ଧରାପଡିଛି । କନେଷ୍ଟବଳ ନିଧି ସାହୁ । ସେ ବୌଦ୍ଧ ଜିଲ୍ଲା ବଳସିଂହା ରିଜର୍ଭ ପୋଲିସ ରେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ । ଅନେକ ଦିନରୁ ସେ ନିଶା କାରବାରରେ ସମ୍ପୃକ୍ତି ଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇ ଆସୁଥିଲା । 

ଗତକାଲି  ନିଧି ସାହୁ ଏକ ବାଇକ ଯୋଗେ ଗଞ୍ଜେଇ ନେଇ ଯାଉଥିଲେ । ଗୁଇନ୍ଦା ସୁତ୍ରରେ ଖବର ପାଇ ଆଦର୍ଶ ଥାନା ବାରକୁଡ଼ା ଛକରେ କନେଷ୍ଟବଳକୁ ଅଟକାଇଥିଲା ପୋଲିସ । ଏହି ସମୟରେ ତାଙ୍କ ଗାଡ଼ିକୁ ଯାଞ୍ଚ କରି ଗାଡ଼ିରୁ ପ୍ରାୟ ୧୦ କେଜି ଓଜନର ଗଞ୍ଜେଇ ଜବତ କରିଛି ପୋଲିସ । କନେଷ୍ଟବଳଙ୍କୁ ଗିରଫ କରି ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି , ସେନେଇ ତଦନ୍ତ କରୁଛି ପୋଲିସ । 

 

Tags: