କମିଶନରେଟ ପୋଲିସ କବ୍ଜାରେ ୨ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ

କମିଶନରେଟ ପୋଲିସ କବ୍ଜାରେ ୨ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ଵର: ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀଙ୍କୁ ଧରିଲା କମିଶନରେଟ ପୋଲିସ  । ବଡ ଲୁଟ୍ ପାଇଁ ଯୋଜନାବେଳେ ୨ ବେପାରୀଙ୍କୁ କାବୁ କରିଛି କମିଶରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଅଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍ ଓ ୫ ବନ୍ଧୁକ,୯ ଜୀବନ୍ତ ଗୁଳି ସମେତ ୨ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ମାନେ ବିହାରର ଦିବ୍ୟାଂଶୁ କୁମାର ଏବଂ ଦୀପକ କୁମାର ବୋଲି ଜଣାପଡିଛି । ଦୁଇ ଜଣ ଡିଲ୍ ପାଇଁ ଓଡିଶା ଆସିଥିବା ବେଳେ ଗ୍ରାହକ ସାଜି ଯାଇଥିଲେ ପୋଲିସ । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ।

Read More କୋଟିଆରୁ ତଡା ହେଲେ ଆନ୍ଧ୍ର ଅଧିକାରୀ

Tags: