ବ୍ଲେଡ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର
କୋଣାର୍କ : କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ପରୀକ୍ଷା ଦେବାକୁ ଗଲାବେଳେ ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲା ଦୁର୍ବୁତ୍ତ । ଛାତ୍ରୀ ଜଣକ ଗୋପ କଲେଜକୁ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଦୁର୍ବୁତ୍ତଙ୍କ ବ୍ଲେଡ ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁସାରେ , ଶୁକ୍ରବାର ସକାଳ ୮ଟାରେ ଜଣେ କଲେଜ ଛାତ୍ରୀ ସାଇକେଲ୍ ଯୋଗେ ଗୋପ କଲେଜକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିଲେ। ଗୋପ ଥାନା ଅନ୍ତର୍ଗତ ନାଗପୁର ମୁଗୁରିଆ ରାସ୍ତାରେ ନିଛାଟିଆ ରାସ୍ତାରେ କେହି ଦୁର୍ବୃତ୍ତ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କରି ତାଙ୍କ ବେକକୁ ଓଢଣିରେ ଚାପି ଦେବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯାଇ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଦୁର୍ବୁତ୍ତ ସେଠାରୁ ଖସି ଯାଇଥିଲା । ଛାତ୍ରୀଙ୍କ ବେକ ଓ ଶରୀରରେ ଆଘାତ ଲାଗିଥିବା ବେଳେ ଗୋପ ପୁଲିସ ତଦନ୍ତ ଚଳାଇଛି।



