ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କୁ ମାନସିକ ଚାପ ଦେଇଥିଲେ ପୁରୁଷ ବନ୍ଧୁ - ଡିସିପି
ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଦାୟୀ । ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକଙ୍କ ମାନସିକ ଚାପ ଦେଇଥିଲେ ପୁରୁଷ ବନ୍ଧୁ ତଥା ଓଏଏସ ଭୀମସେନ ଟୁଡୁ । ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଏବଂ ଭୀମସେନଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଅପ ଚାର୍ଟରୁ ହୋଇଛି ଖୁଲାସା । ଚନ୍ଦ୍ରିକାଙ୍କ ମାନସିକ ନିର୍ଯାତନା ବିଷୟରେ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଦ୍ୟାନଦେଓ ଖିଲାରୀ । କଲ୍ ରେକର୍ଡିଂରେ ମଧ୍ୟ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କ ବିରୁଦ୍ଧରେ ଅନେକ ପ୍ରମାଣ ରହିଥିବା ଡିସିପି କହିଛନ୍ତି । ଡିଜିଟାଲ ପ୍ରମାଣ ଏକ ବଡ଼ ପ୍ରମାଣ ହେବ ।
ଏହି ଘଟଣାରେ ଆଗକୁ ଭୀମସେନଙ୍କ ଆଡୁଆ ବଢିପାରେ । ତାଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବାରଙ୍ଗ ପୁଲିସ। ଚନ୍ଦ୍ରିକା ଘର ଛାଡ଼ିବା ପରଠାରୁ ୩ ତାରିଖରେ ପୁରୁଷ ବନ୍ଧୁଙ୍କୁ କଲ୍ କରିଥିଲେ । ଏକାଧିକ ଦିନ ଘରଠାରୁ ଆସି ପୁରୁଷ ବନ୍ଧୁଙ୍କ ସହ ଭେଟ ହୋଇଛନ୍ତି ନା ନାହିଁ, ସେନେଇ ଖୋଳତାଡ଼ ଚାଲିଛି । ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି । ଭୀମସେନ ଟୁଡୁ ଓ ତାଙ୍କ ନୂଆ ପ୍ରେମିକା ପୁଲିସ ସ୍କାନ୍ରେ ଅଛନ୍ତି । ଓଏଏସ୍ ପ୍ରେମିକ ଓ ଚନ୍ଦ୍ରିକାଙ୍କ ସମ୍ପର୍କରେ ମଧ୍ୟ କଣ ବିବାଦ ଥିଲା ତାର ଖିଅ ଯୋଡିବାକୁ ବାରଙ୍ଗ ପୁଲିସ ତଦନ୍ତ ଚଳାଇଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ରାଇଦାଣ୍ଡିଆ ଗାଁକୁ ବାରଂଗ ପୋଲିସ ର ୪ଜଣିଆ ଟିମ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି । ଏନେଇ କଟକ କଟକ ଡିସିପି ଖିଲାରି ଋଷିକେଶ ଜ୍ଞାନଦେଓ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି ।




