ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା

ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା

ଭୁବନେଶ୍ୱର : ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା । ଏନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ଏହି ଘଟଣାରେ ୧୨ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଚାନ୍ଦବାଲି ଥାନା ରାମପଲ୍ଲୀ ଗାଁର ସତ୍ୟବ୍ରତ ଦାସକୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଜଗତସିଂହପୁର ଶ୍ୱଶୁର ଘରୁ  ବାନ୍ଧିଛି ପୋଲିସ । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଡିଜିପି କହିଛନ୍ତି । ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା କରାଯାଉଛି ।  

ସମ୍ବନ୍ଧିତ ଖବର ଘରୋଇ ବସ ଧକ୍କାରେ ୩ ବାଇକ ଆରୋହୀ ମୃତ

ସୂଚନାନୁସାରେ,ମଙ୍ଗଳବାର ଦିନ ୨ ତା ବେଳୁ ଭଦ୍ରକ ଚାନ୍ଦବାଲିରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ  ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ସଂଧ୍ୟା ସମୟରେ ନାବାଳିକାଙ୍କ ମୃତଦେହ ଏକ ବୁଦା ମୂଳରୁ ଉଦ୍ଧାର ହୋଇଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ରୋକ କହିଥିଲେ । ଶେଷରେ ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଅନେକ ସ୍ଥାନରେ ଚଢାଉ କରିଥିଲା । ଜଗତସିଂହପୁରର ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କିଛି ସାଥୀଙ୍କୁ ବାନ୍ଧିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ପୋଲିସ ଥାନାରେ ଅଟକ ରଖି ଜେରା କରିଥିଲା ।

ସମ୍ବନ୍ଧିତ ଖବର ଆହୁରି ୪ ଦିନ କଲବଲ କରିବ ଘନ କୁହୁଡି,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ସେପଟେ ଚାନ୍ଦବାଲି ଘଟଣାକୁ ରାଜନୀତି ମଧ୍ୟ ଜୋର । ନ୍ୟାୟ ଦାବିରେ ଆଜି ବିଜେଡି  ଓ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି I ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ସମ୍ପୂର୍ଣ୍ଣ ବ୍ଲକରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଛି । ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପିକେଟିଂ କରିବା ସହିତ ନାରାବାଜି କରୁଥିବାର ଦେଖିବାକୁ ମିଳିଛି ।  ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । 

ସମ୍ବନ୍ଧିତ ଖବର ଦିନିକିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଦୀପକ ରାଉତ

Tags: