ଦିଶା ସଲିଆନ ମୃତ୍ୟୁ ମାମଲା ତଦନ୍ତ କରିବ ସିବିଆଇ - ବମ୍ବେ ହାଇକୋର୍ଟ

ଦିଶା ସଲିଆନ ମୃତ୍ୟୁ ମାମଲା ତଦନ୍ତ କରିବ ସିବିଆଇ - ବମ୍ବେ ହାଇକୋର୍ଟ
Samaya Live News Picture
Published On

ମୁମ୍ବାଇ : ଦିଶା ସଲିଆନଙ୍କ ମୃତ୍ୟୁ ମାମଲାରେ ହେବ ସିବିଆଇ ତଦନ୍ତ । ନିର୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଦିଶା ଙ୍କ ପରିବାର ଆଣିଛନ୍ତି ହତ୍ୟା ଅଭିଯୋଗ । ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ଙ୍କ ମ୍ୟାନେଜର ଥିଲେ ଦିଶା ସଲିଆନ । ସୁଶାନ୍ତ ସିଂ ମୃତ୍ୟୁ ର କିଛି ଦିନ ପୂର୍ବରୁ ତାଙ୍କର ସନ୍ଦେହ ଜନକ ଅବସ୍ଥାରେ ଛାତରୁ ପଡି ମୃତ୍ୟୁ ଘଟିଥିଲା । ତେବେ ଝିଅକୁ ଦୁଷ୍କର୍ମ ପରେ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଦିଶାଙ୍କ ବାପା । 

ସୂଚନାନୁସାରେ ,୨୦୨୦ ଜୁନ୍ ୮ ତାରିଖ ସନ୍ଧ୍ୟାରେ ମୁମ୍ବାଇର ମଲାଡ ଅଞ୍ଚଳର ଏକ ଆବାସିକ କୋଠାର ୧୪ ମହଲାରୁ ପଡ଼ିଯିବାରୁ ଦିଶା ସାଲିଆନଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୋଲିସ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ADR) ପଞ୍ଜିକରଣ କରିଥିଲା । ତେବେ ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନଙ୍କ ଝିଅର ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସର ତ୍ରୁଟି ଅଭିଯୋଗ କରି ବମ୍ବେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ବୁଧବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ଦିଶା ସାଲିଆନଙ୍କ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

Tags: