କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରିବ ସିବିଆଇ
ବ୍ରହ୍ମପୁର : ବ୍ରହ୍ମପୁର ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ । ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଜୁନ୍ ୫ ତାରିଖରେ ବ୍ରହ୍ମପୁର ବିଜିପୁର ପୋଲିସ କଲୋନିରୁ ଆଶୁତୋଷଙ୍କୁ ନିଆଁରେ ପୋଡିହୋଇ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ MKCG ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜୁନ ୧୨ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ କାଳୀନ ଜମାନବନ୍ଦୀରେ ସେ ତାଙ୍କ ପତ୍ନୀ ସନ୍ଧ୍ୟା ଏବଂ ଶାଳକଙ୍କ ନାଁ ନେଇଥିଲେ । କିନ୍ତୁ ଘଟଣାର ପୋଲିସ ତଦନ୍ତ ଉପରେ ଆପତ୍ତି ଉଠାଇଥିଲେ ଆଶୁତୋଷଙ୍କ ପରିବାର। ଆଶୁତୋଷଙ୍କୁ ନ୍ୟାୟ ଦାବିରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଥିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶୁତୋଷଙ୍କ ଭଉଣୀ ।
ଘଟଣାର ଗମ୍ଭୀରତା କୁ ଦୃଷ୍ଟିରେ ରଖି ଆଶୁତୋଷ କେମିତି ପୋଡି ହେଲେ ? ମୃତ୍ୟୁ କାଳୀନ ଜମାନ ବନ୍ଦୀରେ ସେ ଦେଇଥିବା ବୟାନ ଅନୁସାରେ ତାଙ୍କ ସ୍ତ୍ରୀ ଓ ଶଳା ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଥିଲେ କି ? ଏସବୁର ତଦନ୍ତ କ୍ରାଇମବ୍ରାଞ୍ଚ ମାଧ୍ୟମରେ କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତୁରନ୍ତ ସମସ୍ତ ରେକର୍ଡ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିବା ପାଇଁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁସାରେ, ଗତ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ତେବେ ସେଠାରୁ ନିଆଁରେ ଜଳି ଯାଉଥିବା ଅବସ୍ଥାରେ ବାହାରକୁ ଦୌଡ଼ି ଆସି ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଏବଂ ପରିବାର ମିଶି ତାଙ୍କୁ ପ୍ରଥମେ ଏମକେସିଜିରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ସେହି ସମୟରେ ଭାଇରଲ ହୋଇଥିବା ଏକ ଭିଡ଼ିଓ ରେ ଆଶୁତୋଷ ଦର୍ଶାଇ ଥିଲେ ତାଙ୍କ ସ୍ତ୍ରୀ ଓ ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ମୃତ୍ୟୁ ହୋଇଥିଲା ।




