ଲାଲୁଙ୍କ ଘରେ ପୁଣି ସିବିଆଇ ରେଡ୍
ବିହାର: ମଇ ୨୦: ଲାଲୁଙ୍କ ପିଛା ଛାଡ଼ୁନି ବିବାଦ । କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା । ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ ସିବିଆଇ ନୂଆ ମାମଲା ରୁଜୁ କରିଛ । ଲାଲୁଙ୍କ ବିରୋଧରେ ହୋଇଥିବା ଭ୍ରଷ୍ଟାଚାର ଅଭିଯୋଗ ମାମଲାରେ ସିବିଆଇ ୧୫ଟି ଠିକଣାରେ ରେଡ୍ କରୁଛି । ଲାଲୁ ଯାଦବ ବିହାରର ରେଳ ମନ୍ତ୍ରୀ ଥିବା […]
ବିହାର: ମଇ ୨୦: ଲାଲୁଙ୍କ ପିଛା ଛାଡ଼ୁନି ବିବାଦ । କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା । ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ ସିବିଆଇ ନୂଆ ମାମଲା ରୁଜୁ କରିଛ । ଲାଲୁଙ୍କ ବିରୋଧରେ ହୋଇଥିବା ଭ୍ରଷ୍ଟାଚାର ଅଭିଯୋଗ ମାମଲାରେ ସିବିଆଇ ୧୫ଟି ଠିକଣାରେ ରେଡ୍ କରୁଛି । ଲାଲୁ ଯାଦବ ବିହାରର ରେଳ ମନ୍ତ୍ରୀ ଥିବା ସମୟରେ ରେଲେୱ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ୨୦୦୪ ଓ ୨୦୦୯ ମସିହା ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା । ଏହି ମାମଲାରେ ଲାଲୁଙ୍କ ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ଆଜି ସକାଳୁ ସକାଳୁ ଲାଲୁଙ୍କ ଘର ସମେତ ୧୫ଟି ଠିକଣାରେ ସିବିଆଇ ରେଡ୍ କରୁଛ ।




