ସାର ଦୁର୍ନୀତି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ଭାଇଙ୍କ ଘରେ ଚଢାଉ
୨୦୦୭ ସାର ଦୁର୍ନୀତି ମାମଲା । ଘଟଣାରେ ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ଙ୍କ ବଡ଼ଭାଇ ଅଗ୍ରସେନ ଗେହ୍ଲଟ୍ଙ୍କ ଯୋଧପୁର ସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ସିବିଆଇ ଚଢାଉ କରିଛି । ଦିଲ୍ଲୀରୁ ଯାଇଥିବା ସିବିଆଇର ଗୋଟିଏ ଟିମ୍ ଆଜି ସକାଳ ୭.୩୦-୮ଟା ମଧ୍ୟରେ ଅଗ୍ରସେନଙ୍କ ଘରେ ଏବଂ ଆଉ ଗୋଟିଏ ଟିମ୍ ତାଙ୍କ ଦୋକାନରେ ପହଞ୍ଚିଥିଲେ । ସାର ରପ୍ତାନି ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ଅଗ୍ରସେନ୍ ଗେହ୍ଲଟ୍ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଦୃଷ୍ଟିରେ […]
୨୦୦୭ ସାର ଦୁର୍ନୀତି ମାମଲା । ଘଟଣାରେ ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ଙ୍କ ବଡ଼ଭାଇ ଅଗ୍ରସେନ ଗେହ୍ଲଟ୍ଙ୍କ ଯୋଧପୁର ସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ସିବିଆଇ ଚଢାଉ କରିଛି । ଦିଲ୍ଲୀରୁ ଯାଇଥିବା ସିବିଆଇର ଗୋଟିଏ ଟିମ୍ ଆଜି ସକାଳ ୭.୩୦-୮ଟା ମଧ୍ୟରେ ଅଗ୍ରସେନଙ୍କ ଘରେ ଏବଂ ଆଉ ଗୋଟିଏ ଟିମ୍ ତାଙ୍କ ଦୋକାନରେ ପହଞ୍ଚିଥିଲେ । ସାର ରପ୍ତାନି ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ଅଗ୍ରସେନ୍ ଗେହ୍ଲଟ୍ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଦୃଷ୍ଟିରେ ଅଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି ଯେ, ୨୦୦୭ ଏବଂ ୨୦୦୯ରେ ବେଆଇନ ଭାବେ ବିପୁଳ ପରିମାଣର ସାର ରପ୍ତାନି ହୋଇଥିଲା । ସାର ମାମଲାରେ, ପ୍ରବର୍ତ୍ତନ ନିର୍ଦେଶାଳୟ ସରଫ୍ ଇମ୍ପେକ୍ସ୍ ଏବଂ ଅନ୍ୟାନ୍ୟ କମ୍ପାନିଗୁଡ଼ିକ ନାମରେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକଫରେ ତଦନ୍ତ ଆରମ୍ଭ କରିଛି । ଅଗ୍ରସେନ ଗେହ୍ଲଟ୍ଙ୍କ ମାଲିକାନାରେ ଥିବା ଅନୁପମ କୃଷି କମ୍ପାନି ସରଫ ଇମ୍ପେକ୍ସ୍ ଜରିଆରେ ପଟାସ ରପ୍ତାନି କରିଥିବା ଅଭିଯୋଗ ହୋଇଥିଲା । ପରେ ଉକ୍ତ ସାରକୁ ଇଣ୍ଡଷ୍ଟ୍ରିଆଲ୍ ସଲଫ ବୋଲି ଦର୍ଶାଇ ମାଲେସିୟା ଏବଂ ସିଙ୍ଗାପୁରକୁ ରପ୍ତାନି କରାଯାଇଥିଲା । ରପ୍ତାନି ହୋଇଥିବା ସାର ରାଜସ୍ଥାନର କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି ।




