ଖୋର୍ଦ୍ଧାରେ ଗୁଳିକାଣ୍ଡ,ବ୍ୟବସାୟୀ ମୃତ

ଖୋର୍ଦ୍ଧାରେ ଗୁଳିକାଣ୍ଡ,ବ୍ୟବସାୟୀ ମୃତ

ଖୋର୍ଦ୍ଧା : ଗୁଳିମାଡରେ ବ୍ୟବସାୟୀଙ୍କ ମୃତ୍ୟୁ । ସୋମବାର ସନ୍ଧ୍ୟା ୮ ଟା ବେଳେ ଖୋର୍ଦ୍ଧା ପରିଛଳ ଜାମୁସାହି ରେ ଗୁଳିକାଣ୍ଡ ଘଟି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାସୁଦେବ ପରିଡା । ଗୁଳିକାଣ୍ଡ ପରେ ବାଇକ ଛାଡି ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଖୋକା ପଡ଼ିଛି । ଗୁଳିମାଡ଼ ପଛର କାରଣ ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । 

ସମ୍ବନ୍ଧିତ ଖବର ଦେଢ଼ ଲକ୍ଷ ପାର କଲା ସୁନା ଦର

ସୂଚନାନୁସାରେ,ଗତକାଲି ରାତିରେ ୮ଟାରେ ଦଲକ ଗାଁ ନିକଟ ଏକ ସ୍ଥାନରେ କେହି ଦୁର୍ବୃତ୍ତ ବାସୁଦେବଙ୍କୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର୍ ହୋଇଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନେଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖୋର୍ଦ୍ଧା ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ବେଆଇନ ଖଣି କାରବାରକୁ ନେଇ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରହିଛି ।  

ସମ୍ବନ୍ଧିତ ଖବର ହଟିଲା କଟକଣା,ଏଣିକି ମଞ୍ଚ ଚଢ଼ିବେ ପିୟୁଷ

Tags: