ରାଜଧାନୀରେ ୨ଟି ସ୍ଥାନରେ ବାଣ ବିସ୍ଫୋରଣ,୨ ମୃତ ୭ ଗୁରୁତର

ରାଜଧାନୀରେ ୨ଟି ସ୍ଥାନରେ ବାଣ ବିସ୍ଫୋରଣ,୨ ମୃତ ୭ ଗୁରୁତର

ଭୁବନେଶ୍ବର : ରାଜଧାନୀରେ ଭୟଙ୍କର ବାଣ ବିସ୍ଫୋରଣ I  ବୋମା ଭିଡୁଥିବା ବେଳେ ଭୟଙ୍କର ବିସ୍ଫାରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଥାନା ଅନ୍ତର୍ଗତ ନରିଶୋ ଗ୍ରାମ ନିଧି ସାହିରେ । ମୃତକ ହେଲେ ଅଭିନା କାଣ୍ଡି ଏବଂ ଗୁରୁତର ବ୍ୟକ୍ତି ହେଲେ ମୁନା ଭୋଇ, ପ୍ରମୋଦ ସାହୁ ଓ ରମେଶ ତିଆଡ଼ି । ସମସ୍ତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିଆଳି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ରାତି ପ୍ରାୟ ସାଢ଼େ ୧୦ଟାରେ ଘଟିଥିଲା ଭୟଙ୍କର ବିସ୍ଫୋରଣ  ।

ସମ୍ବନ୍ଧିତ ଖବର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥକାଠ ଅନୁକୂଳ

ସେପଟେ,ଗତକାଲି ଅପରାହ୍ନରେ ଭୁବନେଶ୍ୱର ଏୟାର ଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ମଧ୍ୟ ଭୟଙ୍କର ବୋମା ବିସ୍ଫାରଣ ଘଟିଛି । ଏଥିରେ ୪ ଜଣ ଆହତ ହୋଇଛନ୍ତି । ଏକ ୩ ମହଲା ଛାତ ଘରେ ବିସ୍ଫୋରଣ ହେବାରୁ ଘରଟି ମଧ୍ୟ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଆହତମାନେ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ସାହାନାୱାଜ ମଲିକ, ତାଙ୍କ ମା’ ଲିଜାତୁନ ବିବି ଓ ବାନ୍ଧବୀ ତୃପ୍ତିମୟୀ ମହଲା ଏବଂ ଅମିୟ ରଞ୍ଜନ ମଲିକ ।
ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫରେନସିକ ଛାନଭିନ ପରେ ବୋମା ବିସ୍ଫୋରଣ ବୋଲି ସ୍ପଷ୍ଟ କରିଛନ୍ତି ଡିସିପି ଜଗମୋହନ ମୀନା। କୌଣସି ଅପରାଧିକ କାର୍ଯ୍ୟ ଘଟାଇବା ପାଇଁ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ସେ କହିଛନ୍ତି । ସୋହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି ।

ସମ୍ବନ୍ଧିତ ଖବର ଶ୍ରୀମନ୍ଦିରକୁ ଉଡାଇଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକ ଗିରଫ

 

ସମ୍ବନ୍ଧିତ ଖବର ମା'ସରସ୍ୱତୀଙ୍କ ଆରାଧନା ପର୍ବ

 

 

Tags: