ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର

ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର
Samaya Live News Picture
Published On

ପୁରୀ : ଆକ୍ସନ ମୂଡ଼ରେ ପୁରୀ ପୋଲିସ । ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲା ନିଶା ମାଫିଆ ସୁକାନ୍ତି ପଣ୍ଡାର ଘର । ପୁରୀ ସଦର ଥାନା ଅନ୍ତର୍ଗତ ନିଳଚକ୍ର ନଗରରେ ସରକାରୀ ଜାଗା ଉପରେ ୪ଟି ଘର କରିଥିଲା ସୁକାନ୍ତି । ଘଟଣାସ୍ଥଳରେ ସଦର ଥାନା ଅଧିକାରୀଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ବ୍ରାଉନ ସୁଗାର କାରବାର ମାମଲାରେ ବହୁଥର ଜେଲ ଯାଇଥିଲା ସୁକାନ୍ତି । ତେବେ ବର୍ତ୍ତମାନ ସେ ଜେଲରେ ଥିବାବେଳେ ଆଜି ସଦର ଥାନା ପୋଲିସ ସୁକାନ୍ତିର ଘରକୁ ମାଟିରେ ମିଶେଇଛି ।

ପୁରୀ ଏସପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆକ୍ସନ ନିଆଯାଇଛି। ପୁରୀ ସହରରେ ନିଶା କାରବାର ଉପରେ ରୋକ୍ ଲଗାଇବା ସହ ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ନେବାପାଇଁ ଅଣ୍ଟା ଭିଡିଛି ପୋଲିସ। ଯେଉଁମାନେ ନିଶା କାରବାର ଚଳାଇ ନିଶା କବଳରେ ସହରକୁ ରଖିଛନ୍ତି ତାଙ୍କ ଉପରେ ମଧ୍ୟ ଏଭଳି ଆକ୍ସନ ନେବ ପୋଲିସ।

 

Tags: